:: ଅଭୁଲା ସମ୍ପର୍କ ::
✒️🤍🤍🤍🤍🤍🤍✒️
ମୁଁ ଅନେକ ଥର ଭୁଲିବାକୁ
ପ୍ରୟାସ କରିଛି
ନିସ୍ତବ୍ଦ ରାତ୍ରି ର ନିର୍ଜନତା ରେ
ସେହି ଅଭୁଲା ସମ୍ପର୍କ କୁ
ସେହି ଅଭୁଲା ମୁହୂର୍ତ୍ତ କୁ
କ୍ଷଣକ ପାଇଁ ମୋ ବାହୁ ବନ୍ଧରେ
ବାନ୍ଧିହୋଇ ରହିଥିଲ ତୁମେ.
ଆଉ ମୁଁ........... !
ନୀରବତା ର ଭାଷା
ସ୍ପଷ୍ଟବୁଝିପାରୁଥିଲି
ବିରହ ର ବହ୍ନି କାଇଁ
କେତେବେଳେ ଜଳିଉଠେ
ତୁମର ସେହି ଗରମ ନିଶ୍ୱାସ ରୁ
ମୋ ଛାତିରେ ବାଜି..
ମୋତେ ଅଣନିଶ୍ୱାସୀ କରିବାକୁ.
ଲାଗିଥିଲା ସେଦିନ.
କ୍ଷଣିକ ପାଇଁ ଲାଗିଲା
ଝଡ଼ ରେ ପକ୍ଷଭଗ୍ନ ବିହଙ୍ଗ ଟେ
ବସା ବାନ୍ଧେ..ମୋ ଛାତି ଉପରେ
ଆଶ୍ୱସ୍ଥି ନେଉଛି.
ବାରମ୍ବାର ଯନ୍ତ୍ରଣା ଛବି
ମୋ ମାନସପଟ୍ଟରେ ଆଙ୍କି ଯାଉଛି.
ଆଉ ଅଛିଣ୍ଡା ସମ୍ପର୍କ ର ସୁତା ଖିଅ
ସବୁଦିନ ପାଇଁ ଛିଣ୍ଡି ଯାଉଛି.
💗💗💗🙏🌹🙏🙏
✍️ମାନସ କୁମାର ସେନାପତି
ବସ୍ତା, ବାଲେଶ୍ୱର
ଦୂରଭାଷ :-9178377061
ଅଭୁଲା ସମ୍ପର୍କ - ମାନସ କୁମାର ସେନାପତି , ବାଲେଶ୍ଵର

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment