ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ରୋହିତ୍ ମେହେର୍ , ବରଗଡ଼


[[[[[  ସମ୍ପର୍କ  ]]]]]

କେ କହି ପାରିବ     କୁହ ହେ ସୁଜନେ
       ସମ୍ପର୍କ ର କିବା ଅର୍ଥ ,
କେତେବେଳେ ଜଣେ    ଅଜଣା ମଣିଷ
       ହୋଇଯାଏ ଆପଣାର ।।

ଜୀବନ ରଥର     ଚକ ଏ ସମ୍ପର୍କ
       ଜିଇଁବାର ଅଭିପ୍ରାୟ,
ସମ୍ପର୍କ ନଥିଲେ     ମଣିଷ ସମାଜ
       ହୋଇ ନଥାନ୍ତା ଉଦୟ । ।

ପ୍ରେମିକ ପ୍ରେମିକା    ସମ୍ପର୍କ ନିଆରା
       ଚୋରା ପିରତିରେ ବାସେ,
ଉଭୟ ତୁଣ୍ଡରେ      ଗୋଟିଏ ହିଁ କଥା
      ଭଲ ପାଏ ଭଲ ପାଏ  ।।

ପବିତ୍ର ସମ୍ପର୍କ      ଭାଇ ଭଉଣୀଙ୍କ
      ଏ ଧରା ପୃଷ୍ଠରେ ନାହିଁ ,
ଭଉଣୀ ଦୁଃଖରେ     ଭାଇ ନ କାନ୍ଦିବ
      ଦେଖି ଅଛ କି ହେ କାହିଁ ?

ରାଗ ରୁଷା ପୁଣି      ମାନ ଅଭିମାନ
      ପ୍ରିତି ବନ୍ଧା ବନ୍ଧନରେ,
ଏହି ବନ୍ଧନକୁ      ସମ୍ପର୍କ କୁହନ୍ତି
      ଅଛି ଅର୍ଥ କିବା ଆନରେ ?

ସମ୍ପର୍କ ଜିଆଁଏ     ସମ୍ପର୍କ ହିଁ ମାରେ
      ବଡ଼ ଏ ବିଚିତ୍ର ସମ୍ପର୍କ,
କହିକି ପାରିବ      କୁହ ତାତ ଭ୍ରାତ
      ସମ୍ପର୍କର ଅନ୍ୟ ଅର୍ଥ  ।।

 ରୋହିତ୍ ମେହେର୍ 
ଠିକଣା - ସିଂହପାଲି, ବରଗଡ଼
ମୋବାଇଲ୍* - 9348323416
                   7608953083

No comments: