* ବୃକ୍ଷ ମୋର ବନ୍ଧୁ *
ମୋର ବନ୍ଧୁ ବୃକ୍ଷ କହୁଛି ତାହାର
କଥା ଦେଇ ଶୁଣ ମନ ।
ଦେବ ଶାନ୍ତି ସୁଖ ରହିବନି ଦୁଃଖ
କଲେ ରେ ତାକୁ ଯତନ ।।୧
ମିତ୍ର ମୋର ଶୁଣ କଲେ ତା ରୋପଣ
ଦେବ ଫୁଲ ଫଳ ସଦା ।
ଚଷା ର ମୁହଁରେ ହସ ସେ ଦେବ ରେ
କ୍ଷେତ କୁ କରିବ ଓଦା ।।୨
ବର୍ଷା ଖରା ଶୀତ ସନ୍ଧ୍ୟା ରୁ ପ୍ରଭାତ
ଲାଗିବି ସେବାରେ ସଦା ।
ଚାଲିଗଲେ ସେହି ରହିବେନି କେହି
ଶବ ହୋଇଯିବେ ଗଦା ।।୩
ଉତ୍ତାପ ବଢିବ ଅଗ୍ନି ବରଷିବ
ସମୁଦ୍ର ଲଂଘିବ କୂଳ ।
ଅଙ୍ଗାର କାମଳ ବଡ଼ିବ ସହଳ
ହେବ ସଭିଙ୍କର କାଳ ।।୪
ତେଣୁ ମୋର ସାଙ୍ଗ ଏବେ ସବୁ ଜନ
ବସ୍ତୁବାଦୀ ଗୁଣ ଛାଡ ।
ପ୍ରକୃତି ପ୍ରେମରେ ସଭିଏଁ ପଡରେ
ଆସିବ ନୂତନ ମୋଡ଼ ।।୫
ନହେଲେ ଦୁନିଆଁ ଜାଳି ଦେବ ନିଆଁ
ଆମେ ସଭିଏଁ ମରିବା ।
ତେଣୁ ମୋର ସଖା ଚାଲ ସବୁ ଜନ
ବୃକ୍ଷ ରୋପଣ କରିବା ।।୬
ଦୁନିଆରେ ଯେତେ ବନ୍ଧୁ ଛନ୍ତି ସତେ
ଧୋକା କେବେ ଦେଇ ପାରେ ।
ବୃକ୍ଷ ବନ୍ଧୁ କେବେ ନ ଦେବ ଧୋକା ସେ
ଦେବ ଫୁଲ ଫଳ ଘରେ ।।୭
ରଖିବ ସେ ଟେକ ଦୂରେଇ ସେ ଭୋକ
ଭୋକିଲା କୁ ଦେଇ ଫଳ ।
ପଥିକକୁ ଦେବ ତା କୋଳେ ଆଶ୍ରୟ
ଜୟ କହିବେ ସକଳ ।। ୮
ପ୍ରଭାସ୍ କୁମାର ମହାପାତ୍ର
ମୟୂରଭଞ୍ଜ, ଓଡ଼ିଶା
ଯୋଗାଯୋଗ-୯୩୪୮୯୦୮୩୭୮






No comments:
Post a Comment