:: ସମ୍ପର୍କ ::
_____________________
ଭୁଇଁ ରେ ଯେବେ ଦେଲି ମୁଁ ପାଦ
ଉଠିଲା ଗଢି ସମ୍ପର୍କ ର ବିରାଟ ହ୍ରଦ।।
ସମ୍ପର୍କ ବୋଲି ଏହି ତିନୋଟି ଅକ୍ଷର
ବଞ୍ଚିବା ପାଇଁ ବାହାନା ଅଟେ ସଭିଙ୍କର।।
ପ୍ରଥମେ ବାପା ମା ତାପରେ ବନ୍ଧୁ ପରିଜନ
ସମ୍ପର୍କ ଡୋରି ରେ ବନ୍ଧା ସଭିଙ୍କ ମନ।।
ଆଗକୁ ବଢଇ ଯେବେ ଜୀବନ ଚକ
ବୁଣି ହୋଇଯାଏ କେତେ ନୂତନ ସମ୍ପର୍କ।।
କିଛି ସମ୍ପର୍କ ରହିଯାଏ ଅତି ଆପଣାର ହୋଇ
କିଛି ଚାଲିଯାଏ ଚିରକାଳ ପାଇଁ ମନେ କଷ୍ଟ ଦେଇ।।
ଆଜି ମରିଗଲେ କାଲି କୁ ଦୁଇ ଦିନ
ଜୀବନ ର ମାନେ ଏଠି କିଛି ନାହିଁ
ଭଲ ସମ୍ପର୍କ ଟିଏ ଗଢି ଥିବୁ ଯଦି
ଏ ଧରା ରୁ ଗଲା ପରେ
ଝୂରିବ ସେ ତୋ ପାଇଁ ।।
ସ୍ମୃତି ପ୍ରଜ୍ଞା ଜେନା
ସାଲେପୁର, କଟକ
No comments:
Post a Comment