ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଶର୍ମିଷ୍ଠା ସାହୁ , ଆନ୍ଧ୍ରପ୍ରଦେଶ

     :: ବୃକ୍ଷ ମୋର ବନ୍ଧୁ ::

ପାଦପ ମୋର ଅତୀବ ନିଜର
       ବନ୍ଧୁ ସେ ଉପକାରୀ
ଆହାର ଯୋଗାଏ,ବରଷା କରାଏ
       କିଏ ହେବ ତା ସରି।
ତା ଶାଖା,ପତ୍ର ଜାଳେଣି ଯୋଗାଏ
       ତା ଚେର,ଛେଲି ଔଷଧ
ତା ମୂଳେ ପୁଣି ବସି ପାଦବିକ
       ନିଶ୍ଚିନ୍ତ ରେ କରେ ମନବୋଧ।
ପଶୁ, ପକ୍ଷୀ, କୀଟ ପତଙ୍ଗ, ମାନବେ
       ବୁଝେ ସଭିଙ୍କ ମନ
ଅଙ୍ଗାରକାମ୍ଳ ନେଇ ଅମ୍ଳଜାନ ଦିଏ
       ବଞ୍ଚାଏ ସଭିଙ୍କ ଜୀବନ।
ସବୁଜ ସୁନ୍ଦର ପୁଷ୍ପ ଫଳେ ପୂର୍ଣ୍ଣ
       ଯେବେ ହୁଏ ଆଚ୍ଛାଦିତ
ତାହାକୁ ଦେଖିଲେ ଦ୍ୱେଷ ଭରା ମନ
       ହୁଅଇ ପୁଲକିତ।
ତା ଅଙ୍ଗେ ଝୁଲଇ ପକ୍ଷୀ ବସାମାନ
    ତା ଅଙ୍ଗ ଛେଦନେ ବାସଗୃହ ହୁଏ
ତାହାରି ତୁଳା ରୁ ରଙ୍ଗ ବେରଙ୍ଗର
      ବସ୍ତ୍ର ଆଜି ବୁଣାହୁଏ।
ତା ପାଇଁ ବହେ ମୃଦୁ ସମୀର
      ଧରଣୀ ଶୋଭା ବର୍ଦ୍ଧିତ
ତା ପାଇଁ ପୁଣି ତପନ ପ୍ରକୋପୁ
      ହେଉଛେ ଆମେ ବଞ୍ଚିତ।
ଏ ମଣିଷ ଆଜି ଗଛ କାଟି ଗଢେ
      କଳ-କାରଖାନା ମାନ
ସେଥିପାଇଁ ହୁଏ ଆଜି ଏ ସମାଜେ
      ପରିବେଶ ପ୍ରଦୂଷଣ।ପରିବହନ,ଗମନାଗମନେ ମନଦେଇ
      ପଥ ପରିଷ୍କାର କରେ
ନ ଜାଣିଲା ପରି ମିତ୍ର ଟିକୁ ସେ
      ଅକାଳେ ବିନାଶ କରେ।
ବୃକ୍ଷ ମୋର ବନ୍ଧୁ ବୃକ୍ଷ ମୋର ସଖା
      ବୃକ୍ଷ ମୋ ଜୀବନ ଦାତା
ତାକୁ ନ ବିନାଶି ଯତ୍ନର ସହିତେ
      ରଖିବି ତାର ମର୍ଯ୍ୟାଦା।
                      
                        ଶର୍ମିଷ୍ଠା ସାହୁ
                         ହାଇଦ୍ରାବାଦ
                        ଆନ୍ଧ୍ରପ୍ରଦେଶ

No comments: