ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସୁଧାଂଶୁ କୁମାର ତ୍ରିପାଠୀ , ଗଞ୍ଜାମ

      :: ବୃକ୍ଷ ମୋର ବନ୍ଧୁ ::

ଗୋଟିଏ ଗଛରେ କୋଟିଏ ମହକ
ରହିଥାଏ ସଦା ପୁରି
ଏ ମଣିଷ ଜାତି ଜାଣିବି ଅଜଣା
ପକାଉଛି ତାକୁ ଚିରି ।
ନିଜ ସୁଖ ପାଇଁ ଏ ମଣିଷ ଜାତି
କରୁଛି ଯେତେ ଯତନ
ଗଛଟିଏ ବିନା ଏ ସାରା ଜଗତ
ଦିଶୁଛି ଆଜି ଶ୍ରୀହୀନ ।
ଆସ ଆଜି ଆମେ ଗଛ ଲଗାଇବା
ଜାତି କୁ ଦେବା ସନ୍ଦେଶ
ଗୋଟିଏ ଗଛରେ ଗୋଟିଏ ଜୀବନ
ହୋଇ ଉଠିବ ସୁବାଷ ।
ଗିରି ରାଜ ଘନ ବନାନୀ ରେ ଘେରା
ଏଇଯେ ଆମର ଦେଶ
ହେଲେ ବୃକ୍ଷ ବିନା ଦିନ କୁ ଦିନ ସେ
ହୋଇ ତ ଗଲାଣି ଧ୍ୱଂସ ।
ଏହି ଦୁନିଆରେ ବୃକ୍ଷ ଠାରୁ ବଡ
ଉପକାରୀ କେହି ନାହିଁ
ଫୁଲ ,ଫଳ ,ଅମ୍ଳଜାନ ଦେଇ ସେ
ଆମକୁ ରଖେ ବଞ୍ଚାଇ ।

ସୁଧାଂଶୁ କୁମାର ତ୍ରିପାଠୀ
ଗଞ୍ଜାମ

No comments: