ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ନୃସିଂହ ପାଣିଗ୍ରାହୀ , ପୁରୀ

       :: ବୃକ୍ଷ ମୋର ବନ୍ଧୁ ::

ଆଶ୍ରୟ ଦେଇ ରୁଣି କରିଛୁ ତୁହିଁ
ଜୀବନ ସାଥି ଆମ ହେଇଛୁ ଯାଇ,
           ଅନାଥଙ୍କ ଆଶ୍ରୟ ଦେଉଛୁ ଯାଇ
          ଡିଡିମ୍ବ ପିଟିବି ମୁଁ କାହିଁ ତୋ ପାଇଁ,
ପଶୁ, ପକ୍ଷୀ ତୋ ପାଇଁ ଛୁଆ ସମାନ
ମୁଁ କିବା କରି ପରିରିବି ତୋ' ଗୁଣ ଗାନ,
         ପ୍ରକୃତିର ବରଦାନ ତୋ' ଠାରେ ଅଛି
          ବାସ୍ତବ ରୂପ ଧାରଣ କରି ଦେଇଛ       
 ଆଶାର ଆଲୋକ ପାଇଁ ବଞ୍ଚିଛୁ ଯାଇ
 ସମସ୍ତଙ୍କୁ ଅମ୍ଳଜାନ ଦେଉଛୁ  ରହି,
           ଖରା, ବର୍ଷା ଓ ଶୀତ କାକର ପାଇ
          ବଞ୍ଚେଇବା ପାଇଁ ଏତେ ଭରଷା ଦଉଛୁ,
ଭୋକର ବିନାଶ କରି ଫଳ ଦେଉଛୁ
ଯେତେ ବାଣ୍ଟିଲେ ବି ତୁ ସ୍ଥିର ରହିଛୁ
           ଏଣିକି ବୃକ୍ଷ ଭାଇ ତୁ ସଜାଗ ରହ
           ଯିଏ ଯାହା କରିବ ପଦେ ଖୋଲିକି କହ ।।।
  *******************
ନୃସିଂହ ପାଣିଗ୍ରାହୀ
ଶିକ୍ଷକ, ପୁରୀ

No comments: