ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ସଂଗ୍ରାମ କେଶରୀ ନାୟକ , ପୁରୀ

                > ସମ୍ପର୍କ <
ସମ୍ପର୍କ ବୋଲି ଏହା ରହିଛି ଯୁଗ ଯୁଗର
କୃଷ୍ଣ ବଳରାମ,ରାମ ଲକ୍ଷ୍ମଣ ସମ୍ପର୍କ ଭାଇ ଭାଇର ।
କୃଷ୍ଣ ସୁଦାମା ର ସମ୍ପର୍କ ଅତି ଆପଣାର
କୃଷ୍ଣ, ଅର୍ଜୁନ ସମ୍ପର୍କ ଅତି ସୁ ମଧୁର।
ଗୁରୁ ଶିଷ୍ୟର ସମ୍ପର୍କ ଅଟଇ ମଧୁର
ଏହି ସମ୍ପର୍କରେ ମିଳିଥାନ୍ତି ଈଶ୍ଵର।
ଭାଇ, ବନ୍ଧୁ ଆଦି କୁଟୁମ୍ବ ସହୋଦର
ସମ୍ପର୍କ ଅଟଇ ଅତି ଆପଣାର ।
ମାଆ ପିଲା ର ସମ୍ପର୍କ ସ୍ନେହ ମମତାର
ସେହି ସମ୍ପର୍କରେ ନାହିଁ ପଟାନ୍ତର।
ଭାଇ ଭଉଣୀ ର ସମ୍ପର୍କ ଅତି ମଧୁର
ଏହି ସଂମ୍ପର୍କରେ ନାହିଁ କଳଙ୍କ ର ଗାର।
ବାପ ପୁଅ ଝିଅ ମାନଙ୍କ ସମ୍ପର୍କ
ଅଟଇ ସୁ ମଧୁର ନଥାଏ ତର୍କ ।
ଭାଇ ର ସମ୍ପର୍କ ଆନନ୍ଦରମୟ
ବୋହୁ ଥାଏ ସଦା ପଵନ ମଳୟ।
ଭାଇ ଭାଇ ର ସମ୍ପର୍କେ ଥାଏ କୋଳାହଳ
କେବେ ଅମ୍ବୃତ ମିଳେ କେବେ ଅନଳ।
ପରିବାର ର ସମ୍ପର୍କ ସ୍ବର୍ଗ ଅଟଇ
ସେହି ସମ୍ପର୍କ ସହିତ ସରି କେହି ନାହିଁ।
ବନ୍ଧୁତ୍ବ ସମ୍ପର୍କ ଅଟଇ ନିବିଡ଼
ବିଶ୍ଵାସ ଘାତକରେ ଉଠିଥାଏ ଝଡ଼।
ସ୍ଵାର୍ଥ ପାଇଁକି ଲଗାନ୍ତି ମଧୁର ସମ୍ପର୍କ
ସ୍ଵାର୍ଥ ସରିଗଲେ କରନ୍ତି ବିଶ୍ବାସ ଘାତକ।
ଦେଶ ଦେଶ ମଧ୍ୟରେ ଥାଏ ସୁ ସମ୍ପର୍କ
ବେଇମାନ ଦେଶ ସବୁ ବିଶ୍ଵାସ ଘାତକ।
ରାଜନୈତିକ ସମ୍ପର୍କ ସ୍ବାର୍ଥ ର ସମ୍ପର୍କ
ସ୍ଵାର୍ଥ ପାଇଁ କରନ୍ତି ସଦାସର୍ବଦା ତର୍କ।
ମଧୁର ବଚନେ ଗଢ଼ି ଉଠେ ସୁ ସମ୍ପର୍କ
ଏହି ସମ୍ପର୍କ ରେ ନଥାଏ ଟି ଶୋକ।
ସମ୍ପର୍କ ଛିଡିଲେ ଜୋଡିବା ହୁଏ କଷ୍ଟ
ଭାତୃଭାବ ସ୍ନେହ ମମତା ସବୁ ହୁଏ ନଷ୍ଟ।
ସମ୍ପର୍କରେ ରହିଛି ଆନନ୍ଦ ଉଲ୍ଲାସ
ସମ୍ପର୍କ ଦ୍ବାରା ମିଳଇ ଆମ୍ଭକୁ ସାହାସ।
ସମ୍ପର୍କ ବିନା ବଞ୍ଚିବା ହୁଏ କଷ୍ଟକର
ସମ୍ପର୍କ ଶଦ୍ଦ ଟି ଅଟଇ ମଧୁର ।
ସମ୍ପର୍କ ଶଦ୍ଦ ରେ ସ୍ବର୍ଗ ସୁଖ ଥାଏ
ସମ୍ପର୍କ ଶଦ୍ଦ ଈଶ୍ଵର ପରାଏ ।
ସମ୍ପର୍କ ବିନା ମିଳେ ନାହିଁ କିଛି
ସମ୍ପର୍କ ଥିଲେ ମିଳି ଥାଏ ସବୁ କିଛି।

ସଂଗ୍ରାମ କେଶରୀ ନାୟକ
ସଂଖୁଆ ଗଡରୁପାସ ଗୋପ ପୁରୀ

No comments: