ମୋ' ଗାଁର ନାମ ବାଣପୁର*
************************
ମାଆ ଭଗବତୀ କରୁଣା ଦାୟିନୀ
ସ୍ନେହମୟୀ କୃପାମୟୀ...
ଶାଳିଆ ନଦୀଟି କୁଳୁକୁଳୁ ହୋଇ
ପାଦ ଦେଶ ଯାଏ ଧୋଇ...।୧।
ଘଣ୍ଟଶିଳା ଯା'ର ମୁକୁଟ ଲଲାଟ
ପ୍ରକୃତିର ଗନ୍ତାଘର...
ମାଆ ଆଶୀର୍ବାଦ କରୁଣା ଭଣ୍ଡାର
ମଥାରେ ଶୋଭେ ସିନ୍ଦୁର...।୨।
ବାଣପୁର ଗର୍ବ ସେ ଗୋଦାବରୀଶ
ଇତିହାସ କହେ କଥା...
ପୁରାଣ ଶାସ୍ତ୍ରରେ ବାଣାସୁର ନାମ
ଶୁଣିଲେ ଘୂରିବ ମଥା...।୩।
ନୀଳାମ୍ବୁ ଚିଲିକା ବିଖ୍ୟାତ ହୋଇଛି
ବିଶ୍ୱ ଦରବାରେ ଏହା...
ମାଆ କାଳିଜାଈ କରୁଣା ଅପାର
ଅନୁଭବୀ ଜାଣେ ତାହା...।୪।
ଏସିଆର ବଡ଼ ଶାଗୁଆନ ବଣ
ବରବରା ମାଳ ଖ୍ୟାତ...
ମାଆ ବିରଜାଈ କରୁଣା ଲଭିବ
ଏ ସ୍ଥାନରେ ମାଆ ସ୍ଥିତ....।୫।
ପଥର ମନ୍ଦିର ବଙ୍କାଡ ଗଡରେ
ସ୍ୱପ୍ନେଶ୍ୱର ନାମେ ଜଣା...
ଦକ୍ଷ ପ୍ରଜାପତି କାରିଗରୀ କୃତି
ମନ ହୁଏ ଏଠି କିଣା....।୬।
କବି ଲେଖକଙ୍କୁ ଜନମ ଦେଇଛି
ବୀରତ୍ୱର ଭୂମି ଏହା...
ଏମିତି ମାଟିରେ ଜନମ ମୋହର
ସାକ୍ଷୀ ସେହି ଚଉବାହା....।୭।
--------------------------------------
କବି-ରବି ପ୍ରଧାନ,ବାଣପୁର,ଖୋରଧା
No comments:
Post a Comment