:: ମୋ ଜନ୍ମଭୂମି ::
ଭାରତ ମୋ ଜନ୍ମଭୂମି
ମା'ର ମମତା ଦେଇଛି ମତେ।
ସୃଷ୍ଟିରେ ଯେଉଁ ପୁଷ୍ପ ବରଷେ
ସେହି ମୋ ଜନ୍ମଭୂମି।
ମା' ଟି ପରି ଆଦର କଲେ
ସରାଗେ ଆଦରି ନିଏ।
ଗଙ୍ଗା ପରି ନଦୀ ଛୁଇଁଛି ଯାହାର ପଦ
ସେହି ମୋ ଜନ୍ମଭୂମି।
ମାତୃଗର୍ଭରୁ ପହିଲି ପଡ଼ିଲି, ଯାହା ପାଦ ଛୁଇଁ
ସେହି ମୋ ଜନ୍ମଭୂମି।
ଯେଉଁ ମାଟିରେ ସୁନା ଫଳେ
ସେହି ମୋ ଜନ୍ମଭୂମି।
କରୁଛି ଶପଥ ରଖିବି ତା ଟେକ
ଦେବିନି କେବେ ତା ଦେହେ କଳଙ୍କ।
ଜନ୍ମଭୂମିର ଉନ୍ନତି, ସମୃଦ୍ଧି
ହେବ ମୋ ଜୀବନ ବ୍ରତ।
ଦୀପକ ନାୟକ
ଧର୍ମଶାଳା, ଯାଜପୁର
No comments:
Post a Comment