ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ମାନସ କୁମାର ସେନାପତି , ବାଲେଶ୍ଵର

 

 :: ମୋ ଜନ୍ମଭୂମି ::
---------------------------
କିଏ କହେ ଭିଟାମାଟି
କିଏ କହେ ମୋ ଗାଁ
ବେଗୁନିଆ ଅଟେ ପରା
ମୋ ଗାଁ ର ନାଆ

ଏଇ ମୋର ଜନ୍ମଭୂମି
ଏଇ ମୋର ମାଆ
ତା ଧୂଳି ଦାଣ୍ଡେ ଗଡି
ପାଇଛି ମୁଁ ବଞ୍ଚିବାର ରାହା.

ମୋ ଗାଁ ପୋଖରୀ ଜଳ
କାଚ କେନ୍ଦୁ ପରି
ମୋ ଗାଁ ର ଆମ୍ବ ତୋଟା ଦେଖି
ମନ ଯାଏ ପୁରି.

ମୋ ଗାଁ ର ମନ୍ଦିର
ଦୁନିଆରେ ସୁନ୍ଦର
ସେହିଠାରେ ବିଜେ ପଭୁ
ବାବା ଦେବେଶ୍ୱର.

ଜନମ ମୋ ଏଇଠି ଯେ
ବଢିଛି ମୁଁ ଏଇଠି
ଜୀବ ଥିବା ଯାଏଁ ଭୁଲିବିନି
ତାକୁ କେବେ
ସେ ଯେ ମୋ ଭିଟାମାଟି

ଯୁଗ ଯୁଗ ପାଇଁ ତା ସାଥେ
ବାନ୍ଧିଛି ମୁଁ ସମ୍ପର୍କ
ସେ ଯେ ମୋ ଦୋକାନୀ
ମୁଁ ତାର ଗ୍ରାହକ

ତା ପାଣି ପବନ ରେ
ମାଟି ର ମହକ ରେ
କୋଇଲି ର କୁହୁ ରେ
ଧରିଛି ମୁଁ ଜୀବନ
ମୋ ସମ୍ମାନ ବଢିଲେ
ବଢେ ତାର ସମ୍ମାନ

ସ୍ୱଚ୍ଛତା ରଖି ଆଗ
ଲଗାଇବା ଗଛ
ଅସ୍ଵଛତା ରୋଗ ସବୁ
ହୋଇଯିବ ପଛ

ବଢୁଛି ମୁଁ ତା କୃପା ରୁ
ଖେଳୁଛି ତା କୋଳେ
ମୋ ଗାଁ ର ବିଦ୍ୟାଳୟ
ବଟ ଗଛ ମୂଳେ

ସେ ମୋପାଇଁ ଶାନ୍ତିନିକେତନ
ଅବା ସତ୍ୟବାଦୀ ବନ ବିଦ୍ୟାଳୟ
ଗ୍ରାମ ମଧ୍ୟ ପରିବେଶ
ଶାନ୍ତ ସଦା ଯଥା ଦେବଙ୍କ ଆଳୟ.

କବି -ମାନସ କୁମାର ସେନାପତି 

ବାଲେଶ୍ୱର,
ଦୂରଭାଷ -9178377061
ଏଡିଟର (ନିଶିଗନ୍ଧା ସାହିତ୍ୟ ସଂସଦ ), ସ୍ତମ୍ଭ କାର (ନିଷ୍କର୍ସ ),ପ୍ରିୟ ପତ୍ର )

No comments: