*ସମ୍ପର୍କ*
👨👨👦👨👨👦👨👨👦👨👨👦👨👨👦👨👨👦👨👨👦
ସମ୍ପର୍କର ଡୋରି ଥରେ ଗଲେ ଛିଡି଼
ଯୋଡି଼ବା ସହଜ ନୁହେଁ...
ଏମିତି ସମ୍ପର୍କ ନ ଥିବ ବିତର୍କ
ଯାହାକୁ ମୁଁ ନିତି ଚାହେଁ....।
ପରସ୍ପର ସ୍ନେହ ସମଦୁଃଖୀ ହୋଇ
ସଂସାରେ ଚଳିଲେ ଭଲ.....
ରାଗ ହିଂସା ଭାବ କ୍ରୋଧରେ ମରିବ
ଜୀବନରେ କଲବଲ...।
ଅହିଂସା ମାର୍ଗରେ ଚଳିଲେ ସତରେ
ମିଳଇ ପରମ ଶାନ୍ତି...
ସୁକରମ କରି ସୁନାମ ଅର୍ଜିବ
ଦୟା ଧର୍ମ ହୃଦେ ଚି଼ନ୍ତି....।
କେହି ନୁହେଁ ପର ସର୍ବେ ଆପଣାର
ଏକତା ଦେଶର ମାର୍ଗ....
ଆମେ ଭାରତର ସୁଯୋଗ୍ୟ ସନ୍ତାନ
ଭାରତ ଆମର ସ୍ୱର୍ଗ...।
🙏🌻🙏🌻🙏🌻🙏🌻
ରବି ପ୍ରଧାନ
ବାଣପୁର, ଖୋର୍ଦ୍ଧା






No comments:
Post a Comment