::: ସମ୍ପର୍କ :::
ସଂପର୍କଟା ଏକ ନିଆରା ଦୁନିଆ
ସର୍ବବ୍ୟାପୀ ତାର ଭୂମିକା ।
ଭଲ ପାଇବାର ଚଲା ସାଥି ସିଏ
କେବେ ଆସେ ଦିଏ ଧୋକା ॥
ବିଶ୍ୱାସକୁ ଡାକେ ନୂଆ ପରିଚୟେ
ବନ୍ଧନ କୁ ନିଏ କିଣି ।
ଏସାରା ଜଗତେ ବନ୍ଧୁତ୍ୱ ରେ ଆସି
କରିଥାଏ ସର୍ବ ଋଣି ॥
ମାନ ଅଭିମାନ, ରାଗ ରୁଷା ରଖେ
ହସ -କାନ୍ଦ ମିଶ୍ରଣରେ ।
କେବେ କେବେ ଆଣେ ପ୍ରତିଷୋଧ ଛିଟା
ଅଚିହ୍ନା ଓ ଅଜଣା ରେ ॥
ସଂପର୍କ ଟା ଏକ ରଙ୍ଗୀନ୍ ପ୍ରଜାପତି
ସହସ୍ର ତାହାରି ରୁପ ।
ପ୍ରେମ ଫଗୁଣ ରେ ପ୍ରେମୀଯୁଗଳ ଙ୍କ
ଲେଖିଥାଏ ପ୍ରେମ ଗଳ୍ପ ॥
ସନ୍ଦେହର ସିଏ ପ୍ରଧାନ ବିପକ୍ଷ
ଫୁଲର ସେ ମଧୁଛନ୍ଦା ।
ଭବିଷ୍ୟତ ପାଇଁ ଜନ୍ମାନ୍ତର ସାଥି
ପ୍ରୀତିର ରଜନୀ ଗନ୍ଧା ॥
_______XXX__ ______
ନାମ - ଆଶ୍ରିତ୍ ମହାପାତ୍ର
ଗ୍ରାମ - ଟାଙ୍ଗି
ଜିଲ୍ଲା- ଖୋର୍ଦ୍ଧା
No comments:
Post a Comment