::: ସମ୍ପର୍କ :::
ଏଠି ସମ୍ପର୍କର ସଜ୍ଞା ମୂଲ୍ୟହିନ
ଅର୍ଥ ଗୋଲାମ କରିଛି
ଭାତୃ,ପିତା,ମାତା ସମ୍ପର୍କ ନିକିତି ଉପରେ
ଧର୍ମ,ସତ୍ୟ,ନ୍ୟାୟ
ଅସାଧୁ ମେଳରେ,
ମନ କୋପତି ବାହୁନି କାନ୍ଦୁଛି ।
ଏଠି ସ୍ନେହ ସମ୍ପର୍କର ସଜ୍ଞା ମୂଲ୍ୟହିନ
ବକ ବୈଷ୍ଣବ ସାଜିଛି
ଝିଅ,ବଧୂ,ମା' ନିର୍ଯ୍ୟାତିତା
ରାବଣ,କଂସ,ମହିଷାସୁର
ଆଜି ସମାଜରେ ,
ବିଶ୍ବାସର ସେତୁ ବନ୍ଧ ନଗ୍ନ ରୁପ ନେଉଛି ।
ଏଠି ପ୍ରେମ ସମ୍ପର୍କର ସଜ୍ଞା ମୂଲ୍ୟହିନ
ବର୍ବରତା ସୀମା ଲଘଂନ କରୁଛି
ରାଧା,ମିରା, ମମ୍ତାଜ୍ ବହି ପୃଷ୍ଠାରେ
ନିନ୍ଦିତ,ଅବାଞ୍ଛିତ,ଅପମାନିତ
ନାରୀ ମାତୃତ୍ବ ଲାଭ କରେ,
ଭୃଣ ହତ୍ୟା ନିଇତି ଚାଲିଛି ।
ଏଠି ବନ୍ଧୁର ସମ୍ପର୍କ ମୂଲ୍ୟହିନ
ସ୍ବାର୍ଥ ତମସାରେ ପଡିଛି
କୃଷ୍ଣ,ସୁଦାମା,ଅର୍ଜୁନ ଯୁଗ ନାହିଁ
ପ୍ରାସାଦ,ଯାନ,ରୁପି
କୁତ୍ସିତ ସମ୍ପର୍କକୁ ମଜବୁତ୍ କରେ,
ସ୍ବାର୍ଥ ସମ୍ପର୍କର ରଜୁ ଛେଦନ କରୁଛି ।
ଏଠି ଶାସକ ସମ୍ପର୍କର ସଜ୍ଞା ମୂଲ୍ୟହିନ
ଲୋଭ ମରିଚିକା ସାଜିଛି
ଜନ,ଧନ,ଗୋଧନ ସୁରକ୍ଷିତ ନୁହଁ
ସୁରା,ମଦ୍ୟ,ଆମିଷ
ମତିଭ୍ରମ କରି ,କାୟା ବିସ୍ତାର କରୁଛି
ନିରିହ ଜନତା ଆତ୍ମହତ୍ୟା କରୁଛି ।
ହରିହର ଭୂକ୍ତା
ତାଳଚେରେ,
ଅନୁଗୁଳ
ଦୂରାଭାଷନଂ-୮୯୧୭୬୩୬୪୨୨
No comments:
Post a Comment