ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ରବିନାରାୟଣ ପାତ୍ର , ପୁରୀ

_____ ଜନ୍ମ ଭୂମି ____
ଭାରତ ଦେଶରେ ଜନମ ମୋର 
ଉକ୍ରୁଷ୍ଟ  କଳାର ଏ ଜନ୍ମଭୂମି ପୁଜା ପାଏ ସାରା ବିଶ୍ବ ଵିଖ୍ୟାତ
ନା ତାର ଜନ୍ମଭୂମି ସଭିଏଁ ଜାଣ.......

ଭରତ ନାଁ ରେ ଭାରତ ହୁଏ
ଏ ଦେଶେ ଜନ୍ମି କେତେ ଜ୍ଞାନୀ, ଗଣ
ପଣ୍ଡିତ ବି  ପାଏ ଏଠି ଆଦର ସମ୍ମାନ 
ଭାଇ ସେହ୍ନ ଥାଏ ଅତୁଟ
ଦେବଭୂମି, କର୍ମ ଭୂମି ବିଦେଶରେ ଶୋଭାପାଏ ଆଦର ସମ୍ମାନ
ସମସ୍ତଙ୍କର ପେନ୍ଥ ସ୍ଥଳୀ ନା ତାର ଜନ୍ମ ଭୂମି
 
ଏହି ଦେଶେ ପୂଜା ପାଏ କାଳିଆ ସାଆନ୍ତ
ନଟ ନାଗର ସେ ସଭିଙ୍କର ଧନ
ନାଟ ଲଗାଇ ସେ ବସି ରତ୍ନସିଂହାସନେ 
ଭାବର ଠାକୁର ପୁଣି ସେ ହୃଦୟ ର ଧନ
ତାର ପାଦ ତଳେ କରୁଛି ପ୍ରଣାମ 
ବଞ୍ଚାଇ ଦିଅ ତୁମ ଫୁଟନ୍ତା ଫୁଲ କୁ
ମହା ବଳବାନ ହୋଇ କରୁଅଛି ହଇରାଣ 
ତ୍ରାହି କର ଦିନବନ୍ଧୁ , କୋରନା ଦାଉରୁ

ଏ ଜନ୍ମଭୂମି ହୁଏ ମହାନ୍ 
ବିଦେଶ ରେ ତାର ଗୈାରବ ଓ ସମ୍ମାନ
ସମ୍ବଳପୁରୀ ଶାଢ଼ୀ ପୁଣି ନାଚ ଗୀତ
କୋଣାର୍କ ର କାରୁକାର୍ଯ୍ୟ
ପୁଣି ପିପିଲି ଚାନ୍ଦୁଆ
କଟକ ର ତାର କାଶି 
ଓଡ଼ିଶାର ଓଡିଶୀ ନୃତ୍ୟ
ଯାହା ଅଛି ଭାରତେ ତାହା ନାହିଁ ଅନ୍ୟ ସ୍ଥାନେ

ଆକାଶ ପରି ଉଦାର , ପାହାଡ଼ ପରି ଅଚଳ ମହା 
ମେରୁ
କେତେ କଣ ଲୁଚେଇ ରଖେ ତାର କଵରୀ ରେ

ହିନ୍ଦୁ, ମୁସଲିମ୍, ଶିଖ‌୍ ,ଖୀଷ୍ଟୀଆନ୍ ନାହିଁ କିଛି ଭେଦଭାବ
ଗୋଟିଏ ମାଳାରେ ଫୁଲ ସବୁ ଆମେ
ନାଁ ତୋର ଜନ୍ମଭୂମି

ଚରଣେ ତୋର ମୋର ମଥା 
ରଖ ମୋର ଘେନ ପ୍ରଣାମ
ଅକ୍ଷୟ ଭଣ୍ଡାର ତାର ସେହ୍ନ ବଳିଦାନ 
ମାତା ରୂପେ ପରିଚିତ ଜନ୍ମ ଭୂମି ମୋର
ମାଟିର ଧୂଳି ମୋ ମଥାରେ ଲଗାଇ
 ରଖିବି ତୋହର ନା ।।
        
ରବିନାରାୟଣ ପାତ୍ର
ପୁରୀ ଜିଲ୍ଲା, ନିମାପଡ଼ା
MBA

No comments: