:: ମୋ ଜନ୍ମଭୂମି ::
ହେଇପାରେ ଏହା ତୁମପାଇଁ ଦି ମୁଠା ମାଟି
ହେଲେ ଏହା ମୋପାଇଁ ଚନ୍ଦନ ବାସୁଥିବା ବିଭୂତି
ହେଇପାରେ ଏହା ତୁମପାଇଁ ଦିମୁଠା ମାଟି
ତ୍ୟାଗ, ବଳିଦାନ ଦୀପ ନିତି ଜଳେ ଏଇଠି...... @
ହେଇପାରେ ଏହା ତୁମପାଇଁ ଦୁଇମୁଠା ମାଟି
ଭଗତ,ବାଜିଆ ରକ୍ତେ ରଙ୍ଗୀନ ଏ ମାଟି
ହେଇପାରେ ତୁମପାଇଁ ଏହା ଭଗ୍ନ କୋଣାର୍କ
ହେଲେ ଏହା ଓଡ଼ିଆଙ୍କ ଐତିହ୍ୟର ଟେକ.... @
ହେଇପାରେ ଏହା ତୁମପାଇଁ ଦୁଇମୁଠା ମାଟି
ହେଲେ ଏହା ଅଟେ ମୋର ଏନ୍ତୁଡ଼ି ଆଉ ଷଠି
ଯାର ପାଣି ପବନରେ ବହେ ପ୍ରାଣ ନାହା
ସେଇ ମୋର ଜନ୍ମଭୂମି ସେଇ ମୋର ମା.... @
ପ୍ରଶାନ୍ତ କୁମାର ମହାନ୍ତି, ପୁରୀ
No comments:
Post a Comment