:: ମୋ ଜନ୍ମଭୂମି ::
ଯେଉଁ ଦେଶରେ ମୁଁ ଜନ୍ମ ନେଇଛି
ଯାହାର କୋଳରେ ମୁଁ ବଡ ହୋଇଛି
ଯାହାର ଛାତିରେ ପାଦ ରଖି ଚାଲିଛି
ଯାହାଠୁ ଟିକି ଟିକି କଥା କହି ଶିଖିଛି
ସିଏ ଜନ୍ମଭୂମି ସାଜି ଅନ୍ତରେ ରହିଛି
ଯାହାର ଶିଖରକୁ ହିମାଳୟ ଛୁଏଁ
ଯାହାର ଚରଣକୁ ସାଗର ଧୁଏ
ଯାହା ବୀରପୁତ୍ରକଥା ଇତିହାସ କୁହେ
ଯାହାର ଭାଷା ଅନେକ ସଂହତି ଏକ
ସେ ଆମ ଜନ୍ମଭୂମି ରଖିବା ତା ଟେକ
ଯାହା ପାଣି ବହେ ରକ୍ତବିନ୍ଦୁ ହୋଇ
ଯା ପବନ ଚାଲେ ନିଶ୍ୱାସେପ୍ରଶ୍ୱାସେ
ଯା ଗଛର ଫଳ ସାଜଇ ଯେ ଖାଦ୍ୟ
ଯାମାଟି ହୋଇପାରେ ମସ୍ତକେ ଚନ୍ଦନ
ସିଏ ଆମ ଜନ୍ମଭୂମି ରଖିବା ତା ମାନ
ଯିଏ ଜନ୍ମ ଦେଇଛି ଗାନ୍ଧୀ ଗୋପବନ୍ଧୁ
ଯିଏ ସୃଷ୍ଟି କରିଛି ଧଉଳି କୋଣାର୍କ
ଯିଏ କହେ ବୁଦ୍ଧ ମହାବୀର କାହାଣୀ
ଯିଏ ଶିଖାଏ ଭାତୃତ୍ୱ ସ୍ନେହ ପ୍ରେମ
ସେ ପରା ଜନ୍ମଭୂମି କେହିନୁହେଁ ସମ
ଯେଉଁଠି ବହିଯାଏ ଚିରସ୍ରୋତା ନଦୀ
ଯାହା ମାଟିତଳେ ଅଛି ଅମୂଲ୍ୟସମ୍ପଦ
ଯାହାକୁ ଘେରି ରହିଛି ବନବନାନୀ
ଯାହାର ବିସ୍ତାର କାଶ୍ମୀର ଠୁ କୁମାରୀ
ସେହି ଆମ ଜନ୍ମଭୂମି ଜନନୀ ପରି
ଯାହା ପାଇଁ ଆମେ ପାଇଛୁ ଜୀବନ
ପଛଘୁଞ୍ଚା ଦେବା ନାହିଁ ଦେବା ଜୀବନ
ଶତ୍ରୁ କବଳରୁ ରକ୍ଷାକରି ତାକୁ
ସାର୍ବଭୌମ ରକ୍ଷାକରି ଏକ କରି ମନ
ସାରା ପୃଥିବିରେ ଆମେ ରଖିବା ମାନ
ଅଭୟ କୁଣ୍ଡ
ସହକାରୀ ଶିକ୍ଷକ
ମହିଷାପାଟ ଆଶ୍ରମ ବିଦ୍ୟାଳୟ
ସଦର ଢେଙ୍କାନାଳ
No comments:
Post a Comment