~~~~~ ସମ୍ପର୍କ ~~~~~
ସ୍ୱାର୍ଥପରତା ର ଆଧୁନିକତା ଭିତରେ
ଖଣ୍ଡ ବିଖଣ୍ଡିତ ଆଜି ସମ୍ପର୍କ ର ରଜ୍ଜୁ
ନା ଅଛି ସଦଭାବନା, ନା ଅଛି କର୍ତ୍ତବ୍ୟର ମୋହ
ପରସ୍ପର ଭଲ ପାଇବାକୁ କବର ଦେଇ
କଳୁଷିତ ସମ୍ପର୍କ ଭରିଛି ଆଜି ଆଖିରେ ଆଖିଏ ଲୁହ...
ନିଜ ରକ୍ତ ଆଜିପରା ନୁହଁଇ ନିଜର
ଜନ୍ମକଲା ବାପାଟା କୁ ପୁତ୍ର କରେ ପର
ନିଜ ଦେହୁ ରକ୍ତ ଦେଇ ବଡ଼ କଲା ଯିଏ
"ଡାକମୁନିସ" ସାଜି ପୁଅ ଇଂଲିଶି ଭୁଷା ଦିଏ
ଦଶମାସ ନିଜ ଅନ୍ତେ ରଖିଥିଲା ଯେଉଁ ମାଆ
ପୁଅ କହେ ଜାଗା ନାହିଁ,ଵୃଦ୍ଧାଶ୍ରମେ ଯାଆ
ପ୍ରଶ୍ନ ମୋର ହେ ଶିକ୍ଷିତ ଆଧୁନିକ ନର
କେଉଁ ନାମ ଦିଆଯିବ ଏଇ ରକ୍ତ ସମ୍ପର୍କର ??.....
ଅଣ୍ଟି ଛୁରୀ ସାଜି ତଣ୍ଟି କାଟେ ଆଜି ଭାଇ
ନିଜ ଲୋକ ନିଜ ପାଇଁ ଖୋଳୁଛନ୍ତି ଘାଇ
ଭାଇ ସାଜେ ଭାଇ ପାଇଁ ଆଜି ଯେ ବଇରୀ
ସମ୍ପର୍କଟା ମୂଲ୍ୟହୀନ କେହି ନୁହେଁ କାହାରି
ଗୁରୁ ଶିଷ୍ୟ ସମ୍ପର୍କ ଯେ କଳୁଷିତ ଆଜି
ଦେଶପାଇଁ ପ୍ରାଣଦେବାକୁ ସଭିଏଁ ଅରାଜି
ସମ୍ପର୍କ ର ପବିତ୍ରତା ଆଜି ଭୂଲୁଣ୍ଠିତ
ଦେହସୁଖ ଲାଗି ହୁଏ ପ୍ରେମ କଳଙ୍କିତ....
ସମ୍ପର୍କ ର ଗଭୀରତା ଆଜି ପାଣିଚିଆ
ଭାଇ, ବନ୍ଧୁ, ସ୍ନେହ, ପ୍ରେମ ଲୋକଦେଖାଣିଆ
ସ୍ୱାର୍ଥହୀନ ସମ୍ପର୍କ ଯେ ରହେ ଚିରନ୍ତନ
ଅତ୍ମୀୟତା ଭରିଥିଲେ ହୁଏ ମୂଲ୍ୟବାନ
ବିଶ୍ୱାସ, ଭରସା ସାଥେ ପ୍ରେମ ଯୋଡିଦେଇ
ସେ ସମ୍ପର୍କର ସୂତାକୁ କେ ପାରେନା ଛିଣ୍ଡେଇ
ଚିରସ୍ଥାୟୀ ରହେ ହୃଦନିଃସୃତ ସମ୍ପର୍କ
ମୂଲ୍ୟ ବୁଝି ମୂଲ୍ୟ ଦିଏ ଉପଯୁକ୍ତ ଲୋକ.....
🌺🌺🌺🌺
📝 ପ୍ରଶାନ୍ତ କୁମାର ମହାନ୍ତି
କାକଟପୁର, ପୁରୀ
No comments:
Post a Comment