ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ସୁଚିତ୍ରା ପ୍ରଧାନ , ଗଞ୍ଜାମ

    ❤️❤️ସମ୍ପର୍କ❤️❤️

    କେମିତି ସମ୍ପର୍କ ତୋର ମୋର
              ବୁଝି ମୁଁ ପାରେନା,
    କେବେ ନିଜର ଲାଗୁ ତ କେବେ ପର
              ତଥାପି ତତେ ଭୁଲି ହୁଏନା।
    ଇଚ୍ଛା ହୁଏ ବେଳେବେଳେ ହଜିଯିବି
                ମୁଁ ତୋରି ଠାରେ,
     ତଥାପି କାହିଁକି ଡର ଲାଗେ 
             ଏ ଛାତି ଭିତରେ।
       ଆପଣାର କରି ପୁଣି  
             ପର ତୁ କଲୁ ରେ ,
     ଚାଲି ଗଲୁ ହାତ ଛାଡି
               ଏକା ତୁ କରିରେ।
       ଭଲ ପାଇ ତତେ ଭୁଲ ତ କରିନି
               ପଚାରେ ଏହି ମନକୁ ମୋର,
        ନିଜ ଠାରୁ ବୋଧେ ଅଧିକ ଭଲପାଇବା
                ଭୁଲ ଥିଲା ମୋ ଜୀବନର।
       ଆଜି ବି କାହିଁକି ଚାହିଁଚି?
             ଏ ମନ ତୋରି ବାଟକୁ,
       ଯେତେ ବୁଝାଇଲେ ବି ମନ ବୁଝେନା
             ଆଖି ଖୋଜେ ତତେ ଦେଖିବାକୁ।
       ଭାରି ଅବୁଝା ଏ ମନର ବ୍ୟଥା
               କହ କେମିତି ବୁଝେଇବି ତାକୁ?
        ସମ୍ପର୍କ ତୋର ଛଳନା ଥିଲା
                କେମିତି ସହିବ ଏ ହୃଦୟ ତାକୁ।
       ଭୁଲ ତୋର ନା ମୋର ନା ସମୟର
              କିଏ ଦେବ ତା ଉତ୍ତର?
      ସମୟ ହାତରେ ମୁଁ ଛାଡି ଦେଲି
            ସବୁ ପ୍ରଶ୍ନକୁ ମୋର।
      ପାଇବା ଆଶାରେ ସବୁ ମୁଁ
            ହରାଇତ ଦେଲି,
      ଗଢିବା ଆଶାରେ ସବୁ ତୁ
           ଭାଙ୍ଗି ତ ଦେଲୁ।
   ତୋତେ ନେଇ କେତେ ସ୍ୱପ୍ନ 
        ଦେଖିଥିଲା ଏ ଆଖି ମୋର,
   ସ୍ୱପ୍ନ ସବୁ ଆଜି ଲୁହ ହୋଇ 
        ବୋହିଯାଏ ଏ ଆଖିରୁ ମୋର।


ସୁଚିତ୍ରା ପ୍ରଧାନ
ବୁଗୁଡା,ଗଞ୍ଜାମ

No comments: