* ବୃକ୍ଷ ମୋର ବନ୍ଧୁ *
ବୃକ୍ଷ ଓ ମନୁଷ୍ୟ ସ୍ରଷ୍ଟାଙ୍କ ମନୋରମ ସୃଷ୍ଟି
ଦୁହିଁଙ୍କ ଭିତରେ ପରିପୂରକ ବନ୍ଧୁତା ଅଛି
ଜଣେ ଦିଏ ଅମ୍ଳଜାନ ନିଏ ଅଙ୍ଗାରକାମ୍ଳ
ଆଉ ଜଣେ ଦିଏ ବନ୍ଧୁର ଉପାଦେୟ ll
ମୋ ବନ୍ଧୁର ଚେର ଠାରୁ ପତ୍ର ମୋରି ପାଇଁ
ମୁଁ କିନ୍ତୁ ଟିକେ ସ୍ୱାର୍ଥପର ତା ଜୀବନ ପାଇଁ
ଖାଦ୍ୟ, ବସ୍ତ୍ର, ବାସଗୃହ ଠାରୁ ଔଷଧ ଯାଏଁ
ସ୍ୱଚ୍ଛ ପରିବେଶକୁ ସ୍ୱଚ୍ଛ ବାତାବରଣ
ମୋତେ ସେ ଯୋଗାଇ ଦିଏ ll
ଗଛର ବନ୍ଧୁତ୍ୱର ୠଣ
ଶୁଝିବା ନୁହେଁ ସମ୍ଭବପର
କିଛି କିଛି କରି ତା ବଂଶ ବିସ୍ତାର
ହେଇପାରେ ମୁଁ ଭେଟି ଦେଇପାରିବି ବନ୍ଧୁତ୍ୱରll
ବନ୍ଧୁ ମୋର ମାଟିରୁ ନେଇ ଖାଦ୍ୟ ପୋଷଣ
ଜୀବନ୍ତ ରଖେ ଜୀବଜଗତ
ମାଟି ମାକୁ ସେ ରଖେ ସୁରକ୍ଷିତ
ଆଶ୍ଚର୍ଯ୍ୟଜନକ ତା ତ୍ୟାଗ ଓ ଉପକାର ll
ବଂଚିବା ଠାରୁ ମରିବା ପର୍ଯ୍ୟନ୍ତ
ନିଭାଇ ଥାଏ ବନ୍ଧୁତ୍ୱର ଧର୍ମ
କେବଳ ନ କରି ତାକୁ ସମୂଳେ ନଷ୍ଟ
ଆମ ସମ୍ପର୍କକୁ କରିହେବ ଆହୁରି ସୁଦୃଢ ll
ସଂଗୀତା ନାଏକ
ରାୟଗଡା, 9439760800






No comments:
Post a Comment