ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଶିବାତ୍ମକ ପଣ୍ଡା , ସମ୍ବଲପୁର

           "ମୋ ଜନ୍ମଭୂମି"
            ************
ଜନ୍ମଭୂମି ମୋର କେଡେ ଶୁଶୋଭିତ
ଝରଣା ର ନାଦେ ହୁଏ ନିନାଦିତ,
ଗିରି ବନ ରାଜି ସବୁଜେ ରଞ୍ଜିତ
ଧନ୍ୟ ମୋ ଜୀବନ ହୋଇ ତାର ପୂତ।।୧।

ଜନ୍ମ ହୋଇ ଯୋହୁଁ ବଡ ହୋଇଅଛି
ଅଳିଅର୍ଦଳି ମୁଁ କେତେ କରିଛି,
ତାହାରି ମାଟିର ଧୂଳିରେ ଲୋଟିଛି
ହସିଦେଇ ସେତ ସବୁ ସହିଛି।।୨।।

ଧନ୍ୟ ତାର ସ୍ନେହ ସନ୍ତାନ ର ପ୍ରତି
ନମସ୍ୟ ତା ମାତୃପ୍ରେମ,
ଧନ୍ୟ ତାର ସେଇ ସହନଶୀଳତା
ହସେ ଯିଏ ଅବିରାମ ।।୩।।

କର୍ତ୍ତବ୍ୟନିଷ୍ଠା ସେ ମାତୃଭୂମି ଆଜି
ଅଟେ ସେତ ଜ୍ୟୋତିମୟୀ,
ପ୍ରେମକୁ ନିଜର  ବିଂଛି ଦେଇଯାଏ
ସତେ ସେତ  କୃପମୟୀ ।।୪।।

କର୍ତ୍ତବ୍ୟ କୁ ନିଜ ଭୁଲିଯାଇଛନ୍ତି
ପ୍ରତ୍ୟେକ ସନ୍ତାନ ଆଜି,
ଜନ୍ମଭୂମି ଠୁ ଦୁରାଉଛନ୍ତି କ୍ରମେ 
ବିଶ୍ୱାସଘାତକ ସାଜି ।।୫।।

ବିଶ୍ୱାସଘାତକ ସାଜିଥିଲେ କୃଷ୍ଣ
ଜନ୍ମଭୂମି ଠୁ ଦୂରେଇ,
ବଂଶ ଯେ ତାଙ୍କର ନିପାତ ହୋଇଲା 
ପରିଣାମ ଗଲେ ପାଇ ।।୬।।

ଗର୍ବ କରି ଉଠେ ଜନ୍ମଭୂମି ମୋର
ଜନ୍ମ ଦେଇ ବୀର ପୁତ୍ର,
ସୁରକ୍ଷାବଳୟେ ଜଗିରହିଛନ୍ତି
ହସି ଖେଳି ଦିବା ରାତ୍ର ।।୭।।

ନିତ୍ୟକ୍ରିୟାଶୀଳ ଜନ୍ମଭୂମି ମୋର 
ତ୍ୟାଗ ଯେ କରିଛି କେତେ,
ସୁଧୁରିଯାଅ ହେ ମାନବ ସମାଜ
ଫଳ ଯେ ପାଇବ ସତେ।।୮।।

ଯୋଗଜନ୍ମା ମୋର ମାତୃଭୂମି ଆଜି
ଆଦର୍ଶରେ ପ୍ରସ୍ଫୁଟିତ,
ଧରିରଖିଅଛି ତା ହୃଦୟେ ସଦା
କେତେ ବୀର ଅଗଣିତ।।୯।।

ଜନ୍ମଭୂମି ଆଜି ତୁମ ପାଦ ପୟେ
 ଅର୍ପେ ମୁଁ ପୁଷ୍ପର ଥାଳି,
ଆୟୁସୂର୍ଯ୍ୟ ମୋର କ୍ଷୀଣ ହେଉ ଅଛି
ଢାଳି ଶତ ପୁଷ୍ପାଞ୍ଜଳି ।।୧୦ ।।

ନାମ-ଶିବାତ୍ମକ ପଣ୍ଡା
 ଠିକଣା-ଆପ୍ରାଇଜ  ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ,ସମ୍ବଲପୁର ।

No comments: