:: ମୋ ଜନ୍ମଭୂମି ::
ମାଟି ପାଣି ପବନର ନାହିଁ ଯେ ଅଭାବ
ସେହି ପୁଣ୍ୟତମ ଭୂମି ଅଟେମୋ ଜନମ
ମାଟି ସେଠି କଥା କହେ
ପ୍ରେମ ପୀରତିର
ପରସ୍ପର ସ୍ନେହ ଶ୍ରଦ୍ଧା
ନୀର ଆଉ କ୍ଷୀର.......
ଭାଇଚାରା ବନ୍ଧୁପ୍ରୀତି
ଫୁଲ ଫଳ ମେଲି
ସମ୍ପର୍କର ବ୍ରୁକ୍ଷକୁ ଯେ ସତେଜ କରନ୍ତି
ଅମୂଲ୍ୟ ସମ୍ପଦ ଅଟେ
ଜନ୍ମଭୂମି ମୋହ
ଝରୁଥାଏ ନିରନ୍ତର ନିର୍ଝର ସଦ୍ରୁଶ....
ଝୁଣ୍ଟି ପଡିଗଲେ କେବେ
ମା ସାଜି ସେହି
ପ୍ରକ୍ରୁତିର କୋଳକୁଯେ
ଟାଣି ନେଇଥାଇ......
ସଂସ୍କାର ସଂସ୍ର୍କୁତି ଯହିଁ
ତାଠାରୁ ଉଦଭବ
ତାବିନା ମୋ ଜୀବନର
ନାହିଁ ପଟ୍ଟାନ୍ତର.....
ଯେତେ ଦୂର ଦେଶେ ମୁହିଁ ବିଚରଣ କଲେ
ପାଦ ମୋର ଲାଗିଥାଏ
ତା ଚରଣ ତଳେ.....
❤❤❤❤❤❤❤❤
ଗବେଷିକା ସ୍ୱର୍ଣ୍ଣପ୍ରଭା ଖଟୁଆ
ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ,ଦ୍ୱିତୀୟ ପରିସର କେନ୍ଦୁଝର
(ଯାଜପୁର ,ଚଣ୍ଡିଖୋଲ)
No comments:
Post a Comment