ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଆଶିଷ କୁମାର ବାରିକ ,ବଲାଙ୍ଗୀର

★★★(ମୋ ଜନ୍ମଭୂମି)★★★

ଜନ୍ମଭୂମି ମୋର ସରଗ ସୁନ୍ଦର
ଧରା ଧାମେ ନାହିଁ ସମ ।
ଯାହା ପାଇଁ ମୋର ନିଶ୍ୱାସ ପ୍ରଶ୍ୱାସ
ତାକୁ ମୋ କୋଟି ପ୍ରଣାମ ।।

ଯାହାରି ପାଦରେ ମଥା ନଇଁ ଯାଏ
ହୃଦୟେ ପାଏ ମୁ ଶାନ୍ତି ।
ସିଏ ପରା ମୋର ପ୍ରିୟ ଜନ୍ମଭୂମି
ସଦା ରହିଛି ଭକତି ।।

ଯାହା ବକ୍ଷ ଭରା ଦୟାର ସାଗରେ
ତାହାରି ସନ୍ତାନ ପାଇଁ ।
ଧନ୍ୟ ଯେ ତାହାର ମହତ ପଣିଆ
ଜଗତ ରେ କେହି ନାହିଁ ।।

ଯା ବନ ଉପବନ ଶସ୍ୟ ଶ୍ୟାମଳା
ବୃକ୍ଷ ଲତା ଭରପୁର ।
ତାହାରି ଗାରିମା କେବଳ ନୁହଁଇ
ସଂସାର ମଧ୍ୟରେ ସାର ।।

ଯେ ଦେଶେ ଅଛନ୍ତି ସକଳ ଜନତା
ସ୍ନେହ, ଶ୍ରଦ୍ଧା, ଭକ୍ତି ଭାବେ ।
ସେଇ ପଲ୍ଲୀପୁର ସରଗ ସମାନ
ଦୁଃଖ ଦିଏ ନାହିଁ କେବେ ।।

ବିହଗ ର ତାନେ ଗୁଞ୍ଜି ଉଠେ ବନେ
ଖୁସିର ଶବଦ ନେଇ ।
ଯା ମସ୍ତକେ ଶୋଭେ ହିମାଳୟ ଗିରି
ସିଏ ମୋ ଜନମ ଭୂଇଁ ।।

ଗଙ୍ଗା ନଦୀର ପବିତ୍ର ଜଳଧାରା
ବହୁଛି ପାଦକୁ ଛୁଇଁ ।
କେତେ ମହାବୀର ସ୍ବଦେଶ ମଙ୍ଗଳେ
ଜନମ ଦେଇଛୁ ତୁହି ।।

ଦୂରେ ଥାଇ ଯେବେ କରିଛି ସ୍ମରଣ
ପ୍ରେମ ଜାଗେ ମାତୃଭୂମି ।
ଯାହାରି କୋଳ ରେ ଦୁନିଆ ମୋ ହସେ
ସେହି ମୋ ପ୍ରିୟ ଜନ୍ମଭୂମି ।।

*****************************
ଆଶିଷ କୁମାର ବାରିକ
ସିହିନୀ ବେଳପଡା ବଲାଙ୍ଗୀର
9938330874 / 9438051786

No comments: