:: ମୋ ଜନ୍ମଭୂମି ::
ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରୀୟସୀ ,
ଗିରି ବନାନୀ ରେ ଭରା ଶସ୍ୟ ସମ୍ପଦେ ଅଛି ମାତି ।
ସେ ଅଟେ ଯେ ମାତୃଭୂମି ନାହିଁ ତାର ବିକଳ୍ପ ,
ଆଜି ମଣିଷ ଜାତି ଭୁଲି ବସେ ତା ଗୌରବ ।
ସେହି ମୋର ଜନ୍ମଭୂମି ଅଛି ତା ଠୁ କେ ବଡ଼ ,
ଖୋଜିବସିଲେ ବି ବାଟ ନପାଏ ତା ଦ୍ଵିତୀୟ ।
ଏ ଦେଶ ଏ ମାଟି ଆମରି ସେ ମାଆ ,
ତା ବିନା ଜୀବନରେ କେ ହେବ ସାହା ।
ପାଣି , ପବନ ଆଉ ତା ପରିବେଶ ରେ ଗଢା ଯେ ,
ଦିଏ ଅସରନ୍ତି ଶକ୍ତି ଭଣ୍ଡାର ର ମେଳା ସେ ।
ଶସ୍ୟ ର ସେ ସୁନା ଖେତେ ଚାଷୀଭାଇ ଆମର ,
ମାଟି ମାଆ ଫଳାଏ ପେଟେ ଦିଏ ଦାନା ଘର ।
ପ୍ରକୃତି ରେ ବୃକ୍ଷ ସତେ ସେ ସାଧବ ବୋହୂ ଲାଗଇ ,
ଗିରି ପର୍ବତ ଶିଖର ର ମୁକୁଟ ସେ ପିନ୍ଧଇ ।
ଗଛଲତା କାଟି ଆଜି ଜନ୍ମଭୂମି କାନ୍ଦୁଛି ,
ସତେ କି ବସ୍ତ୍ର କୁ ତାର ଉତାରି ସେ ଆଣୁଛି ।
ଗିରି ନଦ ନଦୀ ଆଜି ଚାରିଆଡ଼େ ବିପଦ ,
ଦୂଷିତ ମୋ ଜନ୍ମଭୂମି କାନ୍ଦେ ହୋଇ ନୀରବ ।
ମାଟି ପାଣି ପବନରେ ଗଢା ଯା ଶରୀର ,
ସେ ବୀର ଯବାନ ଲଢେ ଜନ୍ମଭୂମି ପାଇଁ ତ ।
ମୋ ଜନ୍ମଭୂମି ଗର୍ବ କରେ ତାର ବୀର ଗଣ ପାଇଁ ,
ସେ ବୀର ର ଶରୀରେ ତ୍ରିରଙ୍ଗା ଅଛି ଘୋଡାଇ ।
ପଶୁ ପକ୍ଷୀ ଙ୍କ ମଧୁର କାକଳି ସବୁ ବଳିକି ,
ନାହିଁ ତା ଉପମାନ ଜନ୍ମଭୂମି କୋଳି କି ।
ଏଥି ଅଛି ସ୍ବର୍ଗ ମୋର ସ୍ମୃତି ତାର ନିଆରା ,
ମହାନ ମୋ ଜନ୍ମଭୂମି ସଦା ମୋର ପିଆରା ।
ପଣତରେ ବାନ୍ଧି ରଖି ଅଛି ସଦା ଆବରି ,
ସନ୍ତାନର ବିପଦରେ ଧରେ ସେ ତରବାରୀ ।
ସାଇତି ରଖିଛି ସଦା ଅଟେ ଆମ ଭରସି ,
ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରୀୟସୀ ।
*************************
ନାମ - ପି . ପୁରବୀ ମହାନ୍ତି ବଣାଇଗଡ଼ , ସୁନ୍ଦରଗଡ଼
No comments:
Post a Comment