"ମୋ ଜନ୍ମଭୂମୀ"
====<<====
ମୋର ଜନ୍ମଭୁମୀ ସାଧନାର ଭୂଇଁ
ଅଟଇ ପରା ମହାନ
ଶୂର ପ୍ରସବିନୀ ଜଗତ ଜନନୀ
ଅଟେ ପରା ଗରୀୟାନ୍।
ଯାହାର ସେନେହ ଲଭିବାକୁ ଏଠି
ଦେବତା ନେଲେ ଜନମ
ନିଜେ ଭଗବାନ ଅବତାର ନେଇ
ଦୁଷ୍ଟକୁ କଲେ ଦମନ।
ହିମାଳୟ ଯା'ର ମୁକୁଟ ଶୋଭାଇ
ସାଗର ଧୁଏ ଚରଣ
ଗଙ୍ଗା,ମହାନଦୀ ବହିଯାଏ ନିତି
ମା'କୋଳେ ନେଇ ଶରଣ।
ଲକ୍ଷ୍ମୀବାଇ ପରି ଜନମିଲେ ଦେଶେ
କେତେ ଯେ ବିରା ରମଣୀ
ସ୍ବାଧୀନତା ପାଇଁ ଆତ୍ମବଳୀ ଦେଇ
ଧନ୍ୟ ହୋଇଲା ଧରଣୀ।
ଗାନ୍ଧୀ,ଗୋପବନ୍ଧୁ ,ନେତାଜୀ ସୁଭାଷ
ଏ ଦେଶରେ ଜନ୍ମିଥିଲେ
ଫିରିଙ୍ଗୀ ମାନଙ୍କୁ ଦେଶୁ ତଡିବାକୁ
ସଂଗ୍ରାମ ଯେ କରିଥିଲେ।
ବାଜିଆ ରାଉତ ନିଗାଡି ରକତ
ଇତିହାସ ରଚିଗଲା
ଗୁଳି କମାଣକୁ ଖାତିର ନକରି
ଆତ୍ମବଳୀ ଦେଇଦେଲା।
ଆସିଲେ ଜୀବନେ ଯେତେ ଝଡଝଞା
ପଛଘୁଞ୍ଚା ଦେବାନାହିଁ
ଜନ୍ମଭୂମୀ ରକ୍ଷା ଆମର ଯେ ଦୀକ୍ଷା
ଏକଥା ଭୁଲିବା ନାହିଁ।
====<<===<=<<<<<=<==
ସୁରଥ କୁମାର ରାଉତ
ବନ୍ଧୁପୁର,ସମିତଙ୍ଗା,କଟକ
ଫୋନ..୯୩୪୮୧୬୨୨୦୭
ମୋ ଜନ୍ମଭୂମି - ସୁରଥ କୁମାର ରାଉତ , କଟକ

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment