ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଶମ୍ଭୁନାଥ ଦାସ , କୋଲକାତା

               :: ମୋ' ଜନ୍ମଭୂମି ::

ଯେଉଁ ଗ୍ରାମେ ଥିଲା         ଏନ୍ତୁଡ଼ିଶାଳ ମୋ'
              ସେହି ମୋ'ର ଜନ୍ମସ୍ଥାନ,
ତା' କୋଳରେ ବଢ଼ି        ସେ ପାଣି ପବନେ
              ଗଢ଼ା ମୋର ଏ ଜୀବନ ।

ଏ ମହା ଜୀବନ              ହେଉଛି ଉଛନ
              ହୋଇ ଜ୍ଞାତ ପାପ-ପୁଣ୍ୟ,
ଉତ୍ତପ୍ତ ପ୍ରାଣ ମୋ'              ହୁଏ ଜର୍ଜରିତ
               ଜୀବନ ହେବ କି ଶୂନ୍ୟ !

ଚନ୍ଦନ ସିନ୍ଦୂର               ନାହିଁ ଦରକାର
             ପବିତ୍ର ପାଇଁ ମୋ' ମନ,
ମାତୃଭୂମି ଧୂଳି            ମୋ' ଦେହରେ ଲେପି
             ଶୀତଳ କରିବି ପ୍ରାଣ ।

ବନ୍ଦେ ଗ୍ରାମ-ଦେବୀ           ବନ୍ଦେ ମୋ' ଉତ୍କଳ
               ଭାରତ-ମାତା ବନ୍ଦନ,
ପୁଣ୍ୟ-ପବିତ୍ର'ର                ଭୂମିରେ ଜନମି
               ଅଟେ ଅମୃତ ସନ୍ତାନ ।

ଶମ୍ଭୁନାଥ ଦାସ (ମୁଖ୍ୟ ସମ୍ପାଦକ :  ଅଭିଯାନ)
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / ୧୨/୧,
ମୟୂରଭଞ୍ଜ ରୋଡ଼, କୋଲକାତା - ୭୦୦୦୨୩

No comments: