:: ମୋ ଜନ୍ମଭୂମି ::
ଜନ୍ମଭୂମି ମୋର ଆହା କେତେ ସୁନ୍ଦର
ଦୁନିଆ ଗାଏ ତା ଗୁଣ,
ହିମାଳୟ ଶିର ,ଚରଣ ସାଗର
ଭୂ ସ୍ୱର୍ଗ ପୃଥ୍ଵୀର ଜାଣ।।
ମାଟିରେ ଯା'ର ସଦା ଫଳଇ ସୁନା
ଦେହ ଯା'ର ରତ୍ନ ଭଣ୍ଡାର,
କ୍ଷେତ ସବୁ ଯା'ର ସବୁଜ ଶ୍ୟାମଳ
ଦିଶଇ କେଡେ ସୁନ୍ଦର।।
ଫଳ ଯେତେ ଫଳେ କୋଳରେ ତାହାର
ମଧୁଠୁ ଲାଗେ ମଧୁର,
ବିଶ୍ୱବାସୀ ସବୁ ହ୍ୱନ୍ତି ଆକର୍ଷିତ
ଫୁଲ କୁ ଯେହେଁ ଭ୍ରମର।।
ଛୁଆ ଠାରୁ ବୁଢ଼ା ସଭିଏଁ ଯାହାର
ଅଟନ୍ତି ଚଉକିଦାର,
ସେହି ଦେଶ ଅଟେ ଜନ୍ମଭୂମି ମୋର
ନାମ ଭାରତ ଯାହାର।।
ବଡ଼ ସାହସୀ ଆମେ ଭାରତବାସୀ
କରୁ ସୁରକ୍ଷା ଦେଶର,
ଦେଶ ପାଇଁ ପ୍ରାଣବଳୀ ଆମେ ଦେଉ
ଜୀବନ ନେଉ ଶତ୍ରୁର।।
ଭାରତ ଅଟେ ଆମ ଜନ୍ମଭୂମି
ତା ପାଦେ କୋଟି ପ୍ରଣାମ,
ଧନ୍ୟ ହୋଇଅଛି ଜୀବନ ଆମର
ତା କୋଳେ ହୋଇ ଜନମ।।
🌱🌲🌳🌴🌿🌾
,✍️ ସୁଧାଂଶୁ କୁମାର ତ୍ରିପାଠୀ
ଶେରଗଡ, ଗଂଜାମ
୭୭୮୯୯୯୧୮୬୨,୬୩୭୨୧୭୮୭୭୧💐💐💐💐💐💐💐
No comments:
Post a Comment