ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଶିବ ଶଙ୍କର ସାହୁ , ଖୋର୍ଦ୍ଧା

ମୋ ଜନ୍ମଭୂମି
----------------          

ଜନନୀ ଜଠରୁ  ହୋଇଲି ଭୂମିଷ୍ଠ
ମତୁଳାଳୟରେ ମୁହିଁ
ଓଡିଶା ରାଇଜେ ଖ୍ୟାତ ଏହି ଭୂମି
ମା' ତାରାତାରିଣୀ ପାଇଁ ।
ପୂଣ୍ୟ ସ୍ରୋତସ୍ୱିନୀ ରୁଷିକୂଲ୍ୟା ତୀରେ
ବିରାଜେ ମୋ ଜନ୍ମଭୂଇଁ
ଗଞ୍ଜାମଜିଲ୍ଲାର ପୁରୁଷୋତ୍ତମପୁର
ରାଇଜେ ବିଖ୍ୟାତ ସେହି ।
ଅଛି ଜଉଗଡ ଅଶୋକଙ୍କ ଲିପି
ଗାଏ ଅହିଂସାର ଗାଥା
ମା' ତାରାତାରିଣୀ ମହିମା ପ୍ରସିଦ୍ଧ
ଆପେ ନଇଁଯାଏ ମଥା ।
ରୁଷିକୂଲ୍ୟା ତୀରେ ଖେଳକୁଦ ମୋର
ପିଇଛି ତାହାରି ଜଳ
ସେ ଅମୃତଧାରା ଶିରାପ୍ରଶିରାରେ
ଯୋଗାଉଅଛି ଯେ ବଳ ।
ମୋ ଜନ୍ମଭୂମିର ସାଧାରଣ ଲୋକ
ଅଟନ୍ତି ଯେ ପରିଶ୍ରମୀ
ଭାଇଭାଇ ହୋଇ ଚଳିଥାନ୍ତି ସବୁ
ଈଶ୍ୱରଙ୍କ ଅନୁଗାମୀ ।
ଏଠିନାହିଁ କେବେ ଲଢେଇଝଗଡା
ସୁଖଶାନ୍ତି ଭରା ମାଟି
ନାହିଁ ଜାତିବର୍ଣ୍ଣ ସମ୍ପ୍ରଦାୟ ଭେଦ
ସଭିଏଁ ଚଳନ୍ତି ମିଶି ।
ଶସ୍ୟ ଦେଉଅଛି ଏ ଉର୍ବର ମାଟି
ତା ସଙ୍ଗେ ନଈର ଜଳ
ମା' ତାରାତାରିଣୀ ଚାହିଁ ରହିଛନ୍ତି
ଆଶିଷେ ବଢାନ୍ତି ବଳ ।
ମୋ ଜନମଭୁଇଁ ସବୁଜିମା ଭରା
ସୁଖ, ଶାନ୍ତି ଥାଉ ଏଠି
ମୋ ଗାଁ ପରି ହେଉ ସବୁ ଗାଁ
ହସୁ ମୋ ଓଡିଶା ମାଟି।
-------------///--------------

   ଶିବ ଶଙ୍କର ସାହୁ
ସମ୍ପର୍କ: ରେଳସଦନ, ଭୁବନେଶ୍ୱର
       @୯୪୩୭୫୮୪୫୮୯
          ୮୪୫୫୮୮୫୨୧୯

No comments: