ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଗୋପୀନାଥ ପରିଡା , ନୟାଗଡ଼

         ସମ୍ପର୍କ
        =====
ସମ୍ପର୍କ ଆରମ୍ଭ ହୁଏ
ମାଟି ଓ ମାଆର ବିସ୍ତୃତ କାନଭାସରୁ
ସବୁ ଝଡ ଝଞ୍ଜାକୁ ଜହର ପିଇଲାପରି 
ପିଇ ଚାଲିଥାଏ ନିଳକଣ୍ଠ ପ୍ରାୟ
ସେ ଅତୃପ୍ତ ଗଳାରେ ...
ସବୁ ବିଷକୁ ପାରକରି
ଚାଲିଥାଏ ଆଗକୁ ଆଗକୁ ।

କେବେ କେବେ ଖୁସିରେ
ବିଭୋର ହୁଏତ ..
କେବେ ପୁଣି ଗଙ୍ଗାପରି ବହି ଯାଉଥାଏ ଆଖିର କୋଣରୁ
ଅଶ୍ରୂ ହୋଇ ।

କେବେ ସେତୂଟିଏ ହୋଇ ଯୋଡିଦିଏ
ଆମାଜନ ଆଉ ହୁଆଙ୍ଗହୁ ନଦୀର
ଦୁଇ ପାର୍ଶ୍ୱକୁ ତ ....!
କେବ ପୁଣି ଭାଙ୍ଗି ଚୁର୍ ମାର୍ କରିଦିଏ
ଏଭେରେଷ୍ଟ ଆଉ ହୀମାଳୟର
ବିଶାଳ ହୃଦୟକୁ ।

କେବେ ରକ୍ତର ସମ୍ପର୍କକୁ
ଏଡି ଦେଇ ...
ଗଢିଚାଲେ ଅଜଣାହୃଦୟରେ
ସୁକୋମଳ ଭରା ଖୁସିର ମାହୋଲ
କେବେ ପୁଣି ...
ଖୁସିର ନୀଡକୁ ବାଆର ପ୍ରହାରେ
ପିଟି ପିଟି ଫିଙ୍ଗିଦିଏ
ଦୂର ବହୁ ଦୂର ।

ସମ୍ପର୍କ...
କେବେ ତୋଳିଧରେ
ବାପା , ବୋଉ , ଭାଇ , ଭଗ୍ନୀ ,
ସ୍ୱାମୀ ଓ ସ୍ତ୍ରୀ
ଗୁରୁ ଆଉ ଶିଷ୍ୟ ମଧ୍ୟରେ
ସୁମଧୁର ସ୍ନେହତ ...
ଦଳି ମକଚି ଫିଙ୍ଗିଦିଏ
ସମୁଦ୍ରର ଅତଳ ଗର୍ଭକୁ ।

ସମ୍ପର୍କ ...
ଏଠି ବନ୍ଧୁ ବାନ୍ଧବର
ବୃକ୍ଷ ଲତାର
ପାହାଡ ଝରଣାର
ନଦୀ ଆଉ ସମୁଦ୍ରର
ପକ୍ଷୀ ଆଉ ପଶୁର
ମାଟି ଆଉ ଆକାଶର
ଜନ୍ହ ଆଉ କଇଁର
ଜଳଦ ଆଉ ସୂର୍ଯ୍ୟର
ପାଣି ଆଉ ପବନର
ଦିନ ଆଉ ରାତିର
ଛାଇ ଆଉ ଆଲୋକର
ଯେମିତି ତୁମର ଆଉ ମୋର ।

ଗୋପୀନାଥ ପରିଡା
ଗ୍ରାମ-ଭୂତଡିହି
ପୋ-ଲାଠିପଡା
ଜିଲ୍ଲା-ନୟାଗଡ଼
ପିନ୍ ନଂ-752079

No comments: