💐💐💐 ସମ୍ପର୍କ💐💐💐
----------------------------------------
ସମ୍ପର୍କଟା ଗୋଟେ ଅବୁଝା କଣ୍ଢେଇ
ଜଣାପଡେ ନାହିଁ ଦିଏ ସେ ଭଣ୍ଡେଇ
ବେଳେବେଳେ କରେ ବଶ
ଆଉ କେତେବେଳେ ଦୂରେଥାଇ ସିଏ
କରୁଥାଇ ସର୍ବନାଶ...............(୧)
ସମ୍ପର୍କରେ ଥରେ ତିକ୍ତତା ଘଟିଲେ
ଛାଡିଯାଏ ଖାଲି ବିଷ
ଗଳୟଧାରୀ ଏ ମଣିଷଟା ସଦା
ଖୋଜୁଥାଏ ବର୍ଷ ମାସ...........(୨)
କିଏ କାଟେ ଏଠି ମାଟି ତଳୁ ଚେର
କିଏ ଢାଳେ ଏଠି ଶିର ପରେ ନିର
ଆଗରେ କହେ ମୁଁ ତୁମର
ବନ୍ଧୁ କହି କହି ମନ ନିଏ ମୋହି
ସାଜିଯାଏ ସ୍ୱାଥପର ..........(୩)
ସମ୍ପର୍କଟା ଯେବେ ମଧୁର ହୁଅଇ
ସାଜିଯାଏ ବନ୍ଧୁ ପରିଜନ
ସବୁକିଛି ସିଏ ସମର୍ପଣ କରି
କହେ ସମ୍ପର୍କ ମନ ମିଳନ
ସ୍ନେହ ଶ୍ରଦ୍ଧା ଭରା ସମ୍ପର୍କଟା ପରା
ଲାଗଇ ଅତି ନିଜର
ଆଉ କେବେ ଏ ସମ୍ପର୍କଟା ଲାଗେ
ବିଶ୍ୱାସ ପ୍ରେମ ବନ୍ଧନର..........(୪)
ସମ୍ପର୍କଟା ପରା ନୁହଁଇ କେବଳ
ଦିନିକିଆ ପ୍ରେମ ପଥ
ସମ୍ପର୍କଟା ପରା ସୃଷ୍ଟି କରୁଥାଏ
ଜୀବନର ଚଲାପଥ.........(୫)
ଅଭୟ କୁଣ୍ଡ
ସହକାରୀ ଶିକ୍ଷକ
ମହିଷାପାଟ ଆଶ୍ରମ ବିଦ୍ୟାଳୟ
ସଦର ଢେଙ୍କାନାଳ
ମୋ:୯୫୫୬୯୮୯୭୨୩
No comments:
Post a Comment