ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଦୀପକ କୁମାର ପଣ୍ଡା , ରାୟଗଡ଼ା

             *ସମ୍ପର୍କ* 

ସମ୍ପର୍କ ଭକ୍ତ ଆଉ ଭଗବାନ ଙ୍କର 
    ଭାବ ଆଉ ଅଭାବ ର  
ସମ୍ପର୍କ ସୁଖ ଆଉ ଦୁଃଖ ର

ମାଆଙ୍କ ସେନ୍ହ ବାପାଙ୍କ ଆଦର ଅଭୂଲା ସ୍ମୁତି ରହିଯାଏ 
ସାହି ପଡିଶାଙ୍କ ସହ 
ସମ୍ପର୍କ ର ସୁଅ ଛୁଟି ଯାଏ 

ଭାଇ ଭଉଣୀଙ୍କ ସମ୍ପର୍କ ଅଟେ ନିଆରା 
ରକ୍ଷାବନ୍ଧନ ସାଜିଯାଏ ସୁରକ୍ଷା ର ଇସାରା 

ଗୁରୁଙ୍କର ସମ୍ପର୍କ ଶିକ୍ଷାରେ 
ଶିଷ୍ୟ ର ସମ୍ପର୍କ ଦୀକ୍ଷାରେ 

ପ୍ରେମିକା ପ୍ରେମିକ ସମ୍ପର୍କ ଅଟେ ନିଆରା 
ପ୍ରେମ ରାଇଜରେ ଛନ୍ଦିଦିଏ ଆଣି ସମ୍ପର୍କ ର ଭାଇ ଚାରା

ପଙ୍କ କାଦୁଆରେ ଦିନ ବିତିଯାଏ 
ଜାଣେନା ଦିନ ରାତି ରେ  

ସହି ସମ୍ଭାଳି ଖାତିରି ନକରି କାମକରେ ସେ କୃଷକ ଭାଇ 
ସମ୍ପର୍କ ଗଢେସେ ମାଟି ମା  ସାଥିରେ

ସମ୍ପର୍କ ରେ ଭାଇ 
ସୁରକ୍ଷା ଦେଉଛି ଚେଇଁ 
ଭାରତ ମାତାର ଜୟ ଗାନ କହି 

ତୁଣ୍ଡ ରୁ ପ୍ରାଣ ଯେବେ ଯାଏ 
ହୋଇଯାଏ ସେ ଶବ 
ସାଙ୍ଗ ସାଥି ଅବା ଶତ୍ରୁ 
ବଢାଇ ଦିଏ ସେଠି ସମ୍ପର୍କ ର ଭାବ 

ସମ୍ପର୍କ ନୁଁହେତ ଜୀବନ ମୂଲ୍ୟ ହୀନ ସମ୍ପର୍କ ନଥାଇ ଜିଇବା ନରକ ସମାନ

 *ଦୀପକ କୁମାର ପଣ୍ଡା 
ଜିଲ୍ଲା - ରାୟଗଡା ଗୁଣୁପୁର*

No comments: