::: ସମ୍ପର୍କ :::
ଜନନୀ ଜଠରୁ ଜୁଇ ଯାଏଁ ପରା
ସମ୍ପର୍କର ଜୁଆ ଖେଳ।
ପ୍ରେମ ପ୍ରତାରଣା ଉର୍ଦ୍ଧେ ଉପାସନା
ସମ୍ପର୍କ ବଳିଦାନର।
ସମ୍ପର୍କର ସାର ଜନକ ଜନନୀ
ୟେ ଅଟେ ବେଦର ଗାର।
ମା ବାପା ବିନା ସମ୍ପର୍କର ମାନେ
ଅର୍ଥହୀନ ଅହଙ୍କାର।
ଭାଇ ଭଗ୍ନି ଜେଜେ କକା ଖୁଡୁତାଇ
କେତେ ଛନ୍ତି ଯେ ରକ୍ତର।
ହେଲେ ୟେ ସମ୍ପର୍କ ଜିଏଁ ସହାର୍ଦ୍ଦରେ
ପ୍ରେମେ ବିକିଯାଏ ସେ ସତ୍ବର।
ସାଙ୍ଗ ସାଥୀ ଯେତେ ଅତି ହିତକରୀ
ଅଟନ୍ତି ପ୍ରିୟ ଭାଜନ।
ଗୁରୁ ଗୁରୁଜନ ସମ୍ପର୍କେ ସନ୍ମାନ
ପାଳ ଇଜତେ ତାଙ୍କ ବଚନ।
ସମ୍ପର୍କ ସଂସ୍ପର୍ଶ ରଙ୍ଗ ବହୁ ଆୟାମି
କଳିବା ନୁହେଁ ସରଳ।
ଦିଏ ସେ ଅମୃତ ବୁଝି ହେଜି ଚିତ୍ତ
ଦେଇ ପାରେ ବି ଗରଳ।
ପୁଣ୍ଯ ପରଶରେ ପର ଉପକାରେ
ସଦା ସଲଗ୍ନ ରହିଲେ ମତି।
ଏ ଜୀବନ ପାଇଁ ଧରା ମଣେ ଧନ୍ଯ
ୟେ ଭାବ ବ୍ଯବହାରର ସଙ୍ଗତି।
ସମ୍ପର୍କ ପଥ ଟିଏ ସମ୍ପର୍କ ରଥ ଟିଏ
ବୁଝା ଅବୁଝା ତାହାର ଗତି।
ବହି ସାବଧାନ ଚଢି ଚାଲ ସଭି
ଚିହ୍ନି ହୁଏନି ରଥୀ ସାରଥି।
ଭାବ ପିରତିରେ ମଗ୍ନ ଦିହ ମତି
ସ୍ବର୍ଗ ସୁଖ ଏନୁଭୁତି ଦିଏ
ଅଭାବ ଅଳନ୍ଧକୁ ଦେଖିବା ଦୁଷ୍କର
ସମ୍ପର୍କ ଛଦ୍ମବେଶି
ବେଳେବେଳେ ହୃଦୟ ବିଦରି ଦିଏ।
ସୁରେନ୍ଦ୍ର ନାଥ ସାହୁ,
କଳମ୍ବ(ଡିହସାହି),
ପୋଲସରା,
ଗଞ୍ଜାମ,
୭୬୧୧୦୫
ମୋ.ନଂ:-୮୧୨୮୯୧୯୨୫୬
No comments:
Post a Comment