:: ମୋ ଜନ୍ମଭୂମି ::
ସିନ୍ଧୁ ଧୌତ କରେ ଚରଣ କମଳ
ସିକ୍ତ କରିଣ ଅବିରତ
ମସ୍ତକେ ଶୋଭିତ ହିମ ପରବତ
ଜାଜ୍ଜଲ୍ୟ କିରଟୀ ବିରାଟ...
ସେହି ମୋ.......ସେହି ମୋ....
ଜନମ ଭୂମି ଭାରତ....ଜନମ ଭୂମି ଭାରତ - 1 -
ବିନ୍ଧ୍ୟ ହିମାଚଳ ଗଙ୍ଗା ଓ ଯମୁନା
ନଦୀ ହ୍ରଦ ବନ ଗିରି ତ
ଜମ୍ବୁଦିପା ମହି ଆର୍ଯ୍ୟାବର୍ତ୍ତ ନାମ
ପ୍ରାଚୀନ ସଭ୍ୟତା କହେ ତ
ସେହି ମୋ......ସେହି ମୋ......
ଜନମ ଭୂମି ଭାରତ...ଜନ୍ମ ଭୂମି ଭାରତ - 2 -
ହିନ୍ଦୁ ମୁସଲମାନ ଅବା ଖ୍ରୀଷ୍ଟିଆନ୍
ବୁଦ୍ଧ ଜୈନ ଶିଖ ଜାତି ତ
କେରଳୀ ବଙ୍ଗାଳୀ ଅବା ମାରଓ୍ବାଡି
ନାହିଁ ଭେଦଭାବ କାର ତ
ଆମେରେ........ସଭିଏଁ..........
ଏକତା ସୂତ୍ରରେ ମନ୍ତ୍ରୀତ ...ଜନ୍ମଭୂମି....(3)
କେତେ ଜାତିବର୍ଣ୍ଣ ବସ୍ତ୍ର ବିଭୂଷଣ
ସଭ୍ୟତା ଯାହାର ଉନ୍ନତ
ଶିଳ୍ପ ଓ ବିଜ୍ଞାନ ଅନ୍ତରୀକ୍ଷ ଯାନ
ପ୍ରତିରକ୍ଷା ଶକ୍ତି ଅନନ୍ତ
ତ୍ରିରଙ୍ଗା ........ପତାକା.......
ଉଡଇ ଯା ଫର ଫରତ....ସେହିମୋ...
ଜନମ ଭୂମି ଭାରତ..ଜନ୍ମ ଭୂମି ଭାରତ- [4]
କଳା ଓ ବିଜ୍ଞାନ ଅବା ରଣାଙ୍ଗନ
କ୍ରୀଡା କ୍ଷେତ୍ର ଜ୍ଞାନ ସାହିତ୍ୟ
ଜପ, ତପ, ମନ୍ତ୍ର, କବି କଳାକୃତ
ସର୍ବଶ୍ରେଷ୍ଠ ବିଶ୍ବ ବନ୍ଦିତ
ଶସ୍ୟ ଶ୍ୟାମଳା ......ସଦା ସୁଫଳା....
ସ୍ବର୍ଣ୍ଣ ପ୍ରସୂ ମୋ ଭାରତ...ଜନ୍ମଭୂମି ଭାରତ [5]
ସଦା ସୁହାଗିନୀ ବୀର ପ୍ରସବିନୀ
ଚୀର ବନ୍ଦନୀୟା ମାଆତ
ଜନମ ଲଭିଛେ ତା' କୋଳେ ବଢିଛେ
ରଖିବା ତା' ମାନ ମହତ
ଗରବେ.... କୁହରେ....
ମୋ' ଜନ୍ମ ଭୂମି ଭାରତ.... ମୋ ଜନ୍ମଭୂମି.....
ଭା ର ତ... ଭା..ର...ତ... [6]
ଭକ୍ତ ଶ୍ରୀ ସ୍ବାଧୀନ୍ ଚନ୍ଦ୍ର ଜେନା।ନବରଙ୍ଗପୁର।।
No comments:
Post a Comment