* ମୋ ଜନ୍ମଭୂମି *
***********************
ପୂଣ୍ୟ ଭୂମିରେ ପଡିଲା ବିଦେଶୀ ଶାଗୁଣାର ଆଖି,
ଛଡେଇ ନେଲା ଭାରତୀୟଙ୍କ ହସ ଓ ଖୁସି। (୧)
ଅକଥନୀୟ ଅତ୍ଯାଚାର ସତ୍ତ୍ବେ ଟିକେ କଲୁ ନାହିଁ ପ୍ରତିବାଦ,
ପୁଣି ଜନ୍ମ ନେଲେ ଏହି ପୂଣ୍ୟମାଟିରେ ସହସ୍ର ସହସ୍ର ବୀର। (୨)
ହିଂସାରେ ଭିଆଉଥିଲେ ଯେ ଅତ୍ଯାଚାର,
ଅହିଂସାରେ କଲୁ ତାଙ୍କୁ ବହିଷ୍କାର। (୩)
ଅହିଂସା ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ କଲେ ଅସୁମାରି ତ୍ଯାଗ,
ବିଶ୍ବ ଦରବାରରେ ଉଦ୍ଭାସିତ ହେଲା ଦେଶଭକ୍ତିର ଅନୁରାଗ। (୪)
ଅମୋଘ ଅସ୍ତ୍ର-ସତ୍ୟରେ ନିର୍ମିତ ଓ ଅହିଂସାରେ ଶାଣିତ,
ପରିଶେଷରେ ପରାକ୍ରମୀ ବିଦେଶୀ ହେଲେ ନିହତ। (୫)
ନଡରି ଲଢିଲେ ସତ୍ଯାଗ୍ରହୀ ଜୀବନକୁ ଜଳାଞଳୀ ଦେଇ,
ଆଜି ଆମେ ଗର୍ବିତ ପୂଣ୍ୟ ଭାରତଭୂମି ପାଇଁ। (୬)
*******************************
ନାମ-ଅମୃତାଂଶୁ ଦ୍ୱିବେଦୀ (ଛାତ୍ର)
ଗ୍ରାମ-ତଳକୁସୁମା , ପୋଷ୍ଟ-କଳାବୁଦା
ଜିଲ୍ଲା- କେନ୍ଦ୍ରାପଡ଼ା
ମୋ-8480833450
No comments:
Post a Comment