ଜନ୍ମଭୂମି ପବିତ୍ର ମୋ ଭାରତ
ଭୂମି
ତାହାରି ସନ୍ତାନ ଅଟୁ ସଭିଏଁ
ନାହିଁ ନାହିଁ ତାର ପଟାନ୍ତର
କୋଣାର୍କ ଗାଏ ଧରମା ର ଗୀତ
ଵ୍ରାହ୍ମଣୀ ଗାଏ ଵାଜିରାଉତ
ଏଇ ମୋ ଜନ୍ମଭୂମି
ଧନ୍ୟ ଆମେ ତାହାର ସନ୍ତତି......
ଶସ୍ୟ ଶ୍ୟାମଳା ସବୁଜ କ୍ଷେତ
ଭରା
ମିଠା ତା'ର ଭାଷା
ଉଚ୍ଚ ଉଚ୍ଚ ପର୍ବତମାନ ସହ ଵାର
ବାଟୀ ଦୁର୍ଗ
ନଦୀ ଶ୍ରୋତମାନ ଚରଣରେ
ଵିରାଜିତ ତା'ର
ପଵିତ୍ର ଗଙ୍ଗାରେ ଯହିଁ
ପାପ ହୁଏ ନାଶନ
ଏଇ ମୋ ଜନ୍ମଭୂମି ମାଟି ମା
ଆମ.........
ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, ଅର୍ଜୁନ
ଵୀରସୁର ଜନମି ହୋଇଛି ମା
ଆମ ଧନ୍ୟ
ବାଲ୍ମିକୀ, କାଳିଦାସ, ଚୈତନ୍ୟ
ରଚିଯାଇଛନ୍ତି ଯଶ
ପୁଣ୍ୟଵତୀ ସୀତା, ଅହଲ୍ୟା
ସାବିତ୍ରୀ ଵୀର ନାରୀ
ଜନମି ମା'ର ପାଶେ ଗାଇଛନ୍ତି
କେତେ ଗାଥା.......
ଏଇ ମୋ ଜନନୀ ଜନ୍ମଭୂମି
ତାହାରି କୋଳେ ଜନମ ଲଭି ଜୀଵନ ମୋ ହୋଇଛି ଧନ୍ୟ
ଶ୍ରେଷ୍ଠ ଆମ ପଵିତ୍ର ଉତ୍କଳ
ଏଇ ପଵିତ୍ର ଭୂମିରେ ଅଛି ଏକ
ଗ୍ରାମ
ଯେଉଁ ମାଟିର କାନ୍ଥରେ ଜନମ
ମୋର
ଜୀବ ଥିବା ଯାଏ କେଵେ ଭୁଲି
ହେଵନି ତା'ର ନାମ....
ମା ପରି ସେ କରିଛି ଆଦର
ତା କୋଳରେ ପଡିଲେ ଆଉଜି
ମା ପରି ନେଇଥାଏ କୋଳେଇ
ପୂର୍ବ ଦିଗୁ ସୂରୂଜ ଆସିଲେ
ଢାଳି ଦିଅଇ ରଙ୍ଗ ମୁରୁଜ
ଫୁଲଫଳ ଭରା ସଵୁଜ କ୍ଷେତ
ଆହା କେଡେ ସରସ ସୁନ୍ଦର !...
ଗାଁ ର ସେ ଖୁଦୁରୁକୁଣୀ କୁମାର
ପୁନିମାଁ ର ମେଳ
ଛକର ତାସ ଲୁଡୁ ପାଲି
ଝୋଟି ଚିତା ଆହା କେଡେ ମନ
ଲୋଭା
ତାହାରି ପାଣି ପଵନେ ମିଶି
ମୋ ଶରୀରର ରକ୍ତବିନ୍ଦୁ
ହୋଇଛି ଗଢା
ଜନ୍ମ ଜନ୍ମାନ୍ତର ଯାଏ ଵି
ଶୁଝି ହେଵନି ତା'ର ଋଣ ପରା...
ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା
ଅଧ୍ୟାପିକା
ତୁଳସୀ ମହିଳା ମହାବିଦ୍ୟାଳୟ
No comments:
Post a Comment