ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଶ୍ରୀ ସ୍ୱାଧୀନ୍ ଚନ୍ଦ୍ର ଜେନା , ନବରଙ୍ଗପୁର

"ବୃକ୍ଷ ମୋର ବନ୍ଧୁ "
---------------------------------------ମଧୁ     ସମ୍ପର୍କର  ସେତୁ ବନ୍ଧଟିଏ
   ସାତ ପୁରୁଷର  ଚିହ୍ନା   ପଥଟିଏ
ସୁଖରେ ଦୁଃଖରେ, ସ୍ମଶାନଘାଟରେ
ଜାଚି  ଉପକାର କରେ ଦରବାରେ
ସମାଜ ସ୍ୱୀକୃତ ବନ୍ଧୁ, ମଣିଷ ବନ୍ଧୁ...
------------( ବୃକ୍ଷ  ) ------------------
ଜେଜେଙ୍କ ସାଥିରେ ବଗିଚା ଭିତରେ
ଝାଳନାଳ ହୋଇ ବଡ଼ ସରଧାରେ
ଗୋଟି ଗୋଟିକରି ଚାରାର ମୂଳରେ
ଯତନରେ ତାକୁ ବଢାଏ ଆଦରେ
        ଜଳ ଢାଳି ବିନ୍ଦୁ ବିନ୍ଦୁ
       ବୃକ୍ଷ  ମୋହର  ବନ୍ଧୁ  ।। -୧
ଆମ୍ବ  ଓ ପଣସ ଲିମ୍ବ ପିଜୁଳି
ଖଜୁରୀ ଅଙ୍ଗୁର ଲିଚୁ କଦଳୀ
ଶାଳ ସାଗୁଆନ ସିରୀଷ ଚନ୍ଦନ
ନଡ଼ିଆ  ସଜନା  କେନ୍ଦୁ.......
ଏସବୁ ମୋହର ବନ୍ଧୁ.........  ( ୨ )
ଅମ୍ଳଜାନ ଦେଇ ବିଷବାୟୁ ପିଇ
ଶସ୍ୟ ଫଳେ ପୂର୍ଣ୍ଣ ଅଭିମାନ ନାହିଁ
ଜୀବଜଗତର ସୁମଙ୍ଗଳ ପାଇଁ
       ପରାଣ-ସ୍ୱରୂପ ବିନ୍ଦୁ......
      ବୃକ୍ଷ ସାଜିଅଛି ବନ୍ଧୁ...(୩)
ସଦା ଉପକାରୀ କେହି ନୁହେଁ ସରି
ତାଳୁରୁ ତଳିପା ସବୁ ଦାନକରି
ସ୍ଥିର ନିର୍ବିକାର ଅତି ଆପଣାର
         ଔଷଧୀ କାରେଣୀ ଇନ୍ଦୁ
         ବୃକ୍ଷ ମୋହର ବନ୍ଧୁ...(୪)
ସମୟ ସ୍ରୋତରେ ମଣିଷ ବି ପର
ନିଜ ସ୍ବାର୍ଥ ଲାଗି କରେ ଅତ୍ୟାଚାର
ଆତ୍ମବଳୀ ଦାନ କରି ବୃକ୍ଷ ରାଣ
ଜୀବଜଗତର ରଖିଅଛି ପ୍ରାଣ
         ମମ  ପ୍ରାଣ  ବ୍ରହ୍ମବିନ୍ଦୁ
        ବୃକ୍ଷ ମୋହର ବନ୍ଧୁ..( ୫ )
ବନ୍ଧୁର ଜୀବନ ଅତ୍ୟନ୍ତ ମହାନ୍
ବୃକ୍ଷ ବନ୍ଧୁ ଲାଗି କରୁଅଛି ପଣ
ବଞ୍ଚି ବଞ୍ଚାଇବି ବୃକ୍ଷର ଜୀବନ
      ବନ୍ଧୁ ଲାଗି ପ୍ରାଣ କାନ୍ଦୁ
      ବୃକ୍ଷ ହିଁ ମୋହର ବନ୍ଧୁ
      ହଁ , ବୃକ୍ଷ ମୋ'ର ବନ୍ଧୁ ।
     ( କଳ୍ପବଟାୟ ଶରଣମ୍ )
***********************
ଶ୍ରୀ ସ୍ୱାଧୀନ୍ ଚନ୍ଦ୍ର ଜେନା। ନବରଙ୍ଗପୁର।
ମୋ:୯୩୩୭୫୫୩୨୭୪

No comments: