- ( ବୃକ୍ଷ ମୋର ବନ୍ଧୁ )
ବୃକ୍ଷ ଅଟଇ ଆମରି ବନ୍ଧୁ
ଆମେ ତାହାରି ସାଥୀ,
ଆମୂଳ ଚୂଳ ଅଙ୍ଗ ପ୍ରତ୍ୟଙ୍ଗ
ସାହାର୍ଯ୍ୟ କରେ ନିତି l l
ଆଶା ବଢାଇ ଜୀବନ ଯାକ
ବଢୁଛି ସବୁ ଗଛ,
ଫଳ ଫୁଲକୁ ଯୋଗାଇ ଥାଏ
ଭରି ଦିଏ ଯେ ହସ l l
ଅନେକ ଗଛ ମିଳିତ ହୋଇ
ଗଢା ହୁଅଇ ବଣ,
ଗଛ ବଢିଲେ ବଞ୍ଚିବ ଲୋକ
ବିଶ୍ବରେ ଜୀବ ଗଣ l l
ଚେରରେ ତା'ର ଜାବୁଡ଼ି ଧରେ
ମାଟିର ସବୁ କଣ,
ବଜାୟ ରଖେ ଜଳ ପତ୍ତନ,
ମୃତ୍ତିକା ସଂରକ୍ଷଣ l l
ଅଙ୍ଗାର-କାମ୍ଳ କମାଇ ଦିଏ
ଅମ୍ଳଜାନ ବଢାଇ,
ଦେହର ଛାଇ ତାହର ଦିଏ
ବାଟୋଈକୁ ବଞ୍ଚାଇ l l
ଡାଳ ପତର ଖାଦ୍ୟ ହୁଅଇ
ଶାକାହାରୀଙ୍କ ପାଇଁ,
ଗଣ୍ଡି ଯେ ତା'ର କାମରେ ଲାଗେ
ଚୌକି ଟେବୁଲ୍ ହୋଇ l l
ଶୁଖିଲା ପତ୍ରେ ବଢଇ ଖତ
ଜମି ହୁଏ ଉର୍ବର,
ପଶୁପକ୍ଷୀ ଯେ ବୁଲି ଚଳନ୍ତି
ତା'ଦେହେ ନିରନ୍ତର l l
ପ୍ରଶାନ୍ତ କୁମାର ସାହୁ
ପାଟପୁର, ସାନଖେମୁଣ୍ଡି, ଗଞ୍ଜାମ
ଫୋନ୍ - ୭୭୩୫୧୦୩୬୯୭
_________________________________
No comments:
Post a Comment