ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ବେଦବ୍ଯାସ ମେହେର , ବରଗଡ଼

      :: ସମ୍ପର୍କ ::

ଭଲ ଜନ ସଙ୍ଗେ  ସମ୍ପର୍କ ଗଢିଲେ
ଜୀବନେ ମିଳେ ସମ୍ମାନ
ସମ୍ପର୍କରେ ଯଦି କଳଙ୍କ ଲାଗିଲେ ଜୀବନଟା ହୀନିମାନ  ।

ସ୍ବାର୍ଥ ପାଇଁ ଯଦି ସମ୍ପର୍କ ଗଢିଲେ
ହାଏ ନାହିଁ କିଛି ଲାଭ
ସମ୍ପର୍କରେ ଯଦି ଧୋକା ମିଳିଗଲେ
ଜୀବନରେ କ୍ଷତି ହେବ  ।

ଜନମ ଠାରୁ ଯେ ମରଣ ପର୍ଯ୍ୟନ୍ତ
ସମ୍ପର୍କଟା ପରିଚୟ
ବାପା ମାଆ ଆମ କାକା କାକୀ ପୁଣି
ଭଉଣୀ ଭାଇ ଭାଉଜ  ।

ପିଉସା ପିଉସୀ ମଉସା ମାଉସୀ
ପତି ପତ୍ନୀ ଅଜା ଆଈ
ପୁତୁରା ଝିଆରୀ ଶାଶୁ ଓ ଶ୍ବଶୁର
ପୁଅ ଝିଅ ମାମୁଁ ମାଇଁ ।

ଭକ୍ତ ଭଗବାନ ସମ୍ପର୍କ ନିବିଡ
ପ୍ରହଲ୍ଲାଦ ନାରାୟଣ
ଭାଇ ସଙ୍ଗେ ଭାଇ ଉତ୍ତମ ସମ୍ପର୍କ
ଭରତ ସଙ୍ଗେ ଶ୍ରୀ ରାମ  ।

ଶ୍ରୀକୃଷ୍ଣ ସଙ୍ଗରେ ଯଶୋଦା ଜନନୀ
ସୁ ସମ୍ପର୍କ ମାତୃତ୍ବର 
ଉତ୍ତମ ଅଟଇ ମିତ୍ରର ସମ୍ପର୍କ
ରାମ ସଙ୍ଗେ ସୁଗ୍ରୀବର  ।

ସଖାର ସମ୍ପର୍କ ଅତ୍ୟନ୍ତ ନିବିଡ଼
କୃଷ୍ଣ ସୁଦାମାଙ୍କ ଠାରେ
ଭକ୍ତି ଭାବ ଭରା ଏ ସଖା ସମ୍ପର୍କ
ଖୁଦଭଜା ମୁଠିକରେ  ।

ଅଲିଭା ସମ୍ପର୍କ ରାମ ସଙ୍ଗେ ସୀତା
ପତି ପତ୍ନୀ ବନ୍ଧନରେ
ରାଧା କୃଷ୍ଣଙ୍କର ପ୍ରେମର ସମ୍ପର୍କ
ରହିଅଛି ଯୁଗାନ୍ତରେ  ।

ଭକତର ଭାବ ସମ୍ପର୍କରେ ବନ୍ଧା
ଆମ କାଳିଆ ଠାକୁର
ସାଥିରେ ବାରଶ ବଢେଇ ସମ୍ପର୍କ
କୋଣାର୍କ ସୂର୍ଯ୍ୟ ମନ୍ଦିର  ।

ସୂର୍ଯ୍ୟର ସମ୍ପର୍କ ପଦ୍ମ ସହିତରେ
ସୂର୍ଯ୍ୟ ଉଦେ ପଦ୍ମ ଫୁଟେ
ଜହ୍ନର ସମ୍ପର୍କ କଇଁଫୁଲ ଠାରେ
ଜହ୍ନ ଉଦେ କଇଁ  ଫୁଟେ  ।

ମେଘର ସମ୍ପର୍କ ବିଜୁଳି ସାଙ୍ଗରେ
ତରୁ ଓ ଲତା ସମ୍ପର୍କ
ପର୍ବତ ସମ୍ପର୍କ ଝରଣା ସହିତ
ସାଗର ତଟିନୀ ସମ୍ପର୍କ  ।

ଆଜିର ମଣିଷ ସମ୍ପର୍କର ଭାବ
ମୂଲ୍ୟ କିଛି ବୁଝେ ନାହିଁ
ସମ୍ପଦ ବେଳରେ ସମ୍ପର୍କ ଗଢନ୍ତି
ବିପଦ କାଳରେ ନାହିଁ  ।

ଟଙ୍କାରେ ସମ୍ପର୍କ ମିଳେ ନାହିଁ କେବେ
ଭାବରେ ସମ୍ପର୍କ ମିଳେ
ଟଙ୍କାର ସମ୍ପର୍କ ଦୁଇଦିନ ହୁଏ
ଭାବରେ ସର୍ବଦା ଥାଏ  ।

ସମ୍ପର୍କର ମୂଲ୍ୟ ଯେ ଜନ ବୁଝିଛି
ସଂସାରେ ସିଏ ମହତ
ସମ୍ପର୍କକୁ କାଟି ସମ୍ପର୍କର ମୂଲ୍ୟ
କାହୁଁ ବା ବୁଝିବ ମୂଢ  ।

ବେଦବ୍ଯାସ ମେହେର
ପଦ୍ମପୁର, ବରଗଡ଼
ମୋ:-9938339029

No comments: