*** ମୋ ଜନ୍ମଭୂମି ***
ମୋ ମାଟି ମୋ ଜନ୍ମଭୂମି
ଗରୀୟସି ମମତାମୟୀ ମାଆ
ତା ମହାନତାର ନାହିଁ କଳ୍ପନା
ଡାକିଲେ କରେ ସେ ଆହା
ସ୍ୱର୍ଣ୍ଣ ସବୁଜିମା ବେଶଭୂଷା ତାର
ମଣ୍ଡିତ କରେ ତା ଶୋଭା
ତା ବିଲ ପାହାଡ ତା ପାଣି ପବନ
ଲାଗେ ଅତି ମନଲୋଭା
ଜନମ ଦେଇଛି
କେତେ କେତେ ବୀର ଯୋଦ୍ଧା
ମମତା ପଣତେ ବାନ୍ଧି ରଖିଛି
ଦେଇଛି ଆମକୁ କେତେ ସେନେହ ଶରଧା
ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା
ସାଲେପୁର
କଟକ
No comments:
Post a Comment