ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ତପସ୍ବିନୀ ରଥ ,କେନ୍ଦ୍ରାପଡା

            :: ମୋ ଜନ୍ମଭୂମି ::

ଆର୍ଯ୍ୟାଵର୍ତ୍ତେ,ଜମ୍ବୁଦ୍ୱିପେ ସ୍ଥିତ
          ମୋ ଜନମଭୂଇଁ
କାଶ୍ମୀର ଠାରୁ ବ୍ୟାପ୍ତ କନ୍ୟା କୁମାରୀ
        ଯେଉଁଠି ସାଗରେ ମିଶେ ନ ଈ ।।    

ବଙ୍ଗୋପ,ଆରବ ଧୁଅନ୍ତି ଯାହାର ପାଦ
       ମସ୍ତକେ ମୁକୁଟ ହିମାଳୟ ଶୋଭେ
                 ହସେ ମନ୍ଦ ମନ୍ଦ ।।
ଗଙ୍ଗା, ଯମୁନା ଯେ ବ୍ରହ୍ମପୁତ୍ର
     ତୋ ମସ୍ତକେ ତୋଳନ୍ତି ଛାନ୍ଦ ।।
ତାରି ସେଵାରେ ଉତ୍ସର୍ଗ ହେଉ
        ଆମ ଜୀବନ ଵୃନ୍ଦ
ମନେ ନ ରଖି କିଛି ଦ୍ୱନ୍ଦ ।।

  ମୋ ଦେଶର ଚାରି ବେଦ
      ଋକ୍ ,ସାମ ,ଯଜୁଃ,ଅର୍ଥଵ
କରନ୍ତି ଜ୍ଞାନର, ପୁଣ୍ୟର ବର୍ଷା। 
      ମୋ ଦେଶର ଗୀତା ଉପନିଷଦ
          ପୁରା ବିଶ୍ୱରେ ଚର୍ଚ୍ଚା ।।
   ଏଠି କୋକିଳ ନାଦେ ଶୁଭେ ସଂସ୍କୃତ 
         ଶୁଆ ଶାରି  ରାବେ ରାମାୟଣ  ମହାଭାରତ
        ସେ ମୋ ପୂଣ୍ୟ ଭୂମି ପଵିତ୍ର ଭୂମି ଭାରତ ।।
                              
          ମୋ ଦେଶେ ଜନମି କେତେ ପୁଣ୍ୟାତ୍ମା
               ଅର୍ଜିଲେ  ଅମର ଯଶର କୀର୍ତ୍ତି
         ସେହି ଦେଶର ନାଗରିକ ମୁଁ  ଗାଏ
              ଶାନ୍ତି ମୈତ୍ରୀର ଗୀତି।।
  ଲକ୍ଷେ ଜନ୍ମର ପୂଣ୍ୟ ଵଳେ ଜନ୍ମ ଇ
                                ମଣିଷ ଶରୀରେ
    ପୁଣି ମୋ ପବିତ୍ର  ଜନମ ଭୂଇଁ ରେ ।।
                 ହେ ସୁଜଳା ସୁଫଳା ଶସ୍ୟଶ୍ୟାମଳା
                       ତୋ ଵକ୍ଷେ  କୋଟି ଜନତାଙ୍କ ମେଳା ।।
           ତୁ ସ୍ନେହ, ଦୟା, କ୍ଷମାର ଅଵତାର
                  ହେ  ଜନ୍ମଭୂମି  ତତେ
                           କୋଟି କୋଟି  ନମସ୍କାର ।।


ତପସ୍ବିନୀ ରଥ 
କେନ୍ଦ୍ରାପଡା 

No comments: