ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଡ଼ାକ୍ତର ଅଶୋକ କୁମାର ସେଠୀ ,ବଲାଙ୍ଗୀର


    ::ସମ୍ପର୍କ ::
------------------
ଆଜି ସମ୍ପର୍କର ଋତୁ ମାନେ
ଅଚାନକ ମାଡି ଆସୁଛନ୍ତି
ସମୟ କୁ ଭୁଲି
ସତେ ଅବା ଢ଼ାଳି ଦେବେ
ଛ ଅ ଟି ଋତୁ ର ସମ୍ଭାର
ଛଳନା ର କାୟା ବିସ୍ତାରି
କରିବେ କାଙ୍ଗାଳ

ଆଜି ମୋ ଚାରି ପାଖ
ରକ୍ତର ସମ୍ପର୍କ ବାଟ ବଣା
ନିଜ  ହିତ ଚିନ୍ତାରେ
ଭାଈ ଭଗାରୀ
କିନ୍ତୁ ଅଚିହ୍ନା ମଣିଷ
ସମୟ ସହ ତାଳ ଦେଇ
ସମ୍ପର୍କ ଜୋଡୁ ଛି

କାହାର ଭଲ ପାଇଁ କହିଲେ
ସମ୍ପର୍କରେ ପୁଣ୍ଣଛେଦ ପଡୁଛି
ସତ ଯିଏ କହିଲା
ମାଡ଼ ଖାଇଲା
ମିଛ କହିଲେ ପୁରଷ୍କାର ମିଳେ
ଏ ଜୀବନ ପାଣି ଫୋଟକା ଠାରୁ ହୀନ
ସତ ମିଛ ସମ୍ପର୍କରେ ଦୁନିଆ

ଆଗକୁ ପାଦ ବଢ଼ାଇ ଲେ
ମନ ପଛକୁ ଫେରୁଛି
ସମୟ ତର ତର ଯିବାକୁ
ସମ୍ପର୍କର ମାନେ କେହି ବୁଝେନା
ଜୀବନର ସଜ୍ଞା ବଦଳି ଯାଏ
ଅସରନ୍ତି ଭାବନାରେ
ଉଜୁଡା ସମ୍ପର୍କକେତେ ଯୋଡ଼ି ବ
ଶୁନ୍ୟ ଅଣ୍ଟି ପୁଣ୍ଣକରିବ
ନାଚାର ଅତୀତକୁ ମନେ ପକାଇବ
ନିୟତିର ଖେଳ
ଭାବି ନୀରବ ରହିବା କୁ ପଡ଼ିବ

ଡ଼ାକ୍ତର ଅଶୋକ କୁମାର ସେଠୀ
ବଲାଙ୍ଗୀର

୯୯୩୮୭୭୦୬୯୭

No comments: