ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - କୃଷ୍ଣା ମିଶ୍ର , ରାୟଗଡ଼


              "ସମ୍ପର୍କ"
 
                            ସମ୍ପର୍କ!
   ସେ ଯେ ମୁକ୍ତ ,
ସେ ବିଶାଳ
        ସେ ପବିତ୍ର , ସତେ କି ବିଚିତ୍ର!
          ମିଥ୍ୟା ସଂଜ୍ଞା ବିଭୁଷିତ ......
       କେବେ ଉଡିଯାଏ ମୁକ୍ତ ବିହଂଗର ଡେଣା ନେଇ,
       ସମୟର ଅସୀମ ଦିଗ୍ ବଳୟ ତଳେ
     ପୁଣି କେବେ ତଟିନୀ ର ଧାରା ହୋଇ
     ଖୋଜେ ନିଜର ପରିଧି ,
      ବାଲୁକା ଶଯ୍ୟାରେ ଲିଭିଯାଇଥିବା ପଦ ଚିହ୍ନ
         ତ,
କେବେ ପୁଣି ହୃଦୟ ବୁକୁରେ ଲେଖା
      ଅଲିଭା ଗାର ।
                           ସମ୍ପର୍କ!
ହେଉ ସେ କ୍ଷଣିକ
              କିନ୍ତୁ, ମନର, ଭାବନାର,
          ହେଉ ମାନବତାର ........
                    ------------------------
                         କୃଷ୍ଣା ମିଶ୍ର
ଅଧ୍ୟାପିକା ଓ ପି ଜିନ୍ଦଲ ବିଦ୍ୟାଳୟ,
ରାୟଗଡ, ଛତିଶଗଡ

୯୩୦୧୦୧୨୩୩୩

No comments: