::: ସମ୍ପର୍କ :::
ସମ୍ପର୍କ ଏକ ଅମୂଲ୍ୟ ବନ୍ଧନ
ସହଜରେ ଛିଣ୍ଡେ ନାହିଁ
ବାନ୍ଧି ହୋଇଗଲେ ସମ୍ପର୍କର ଡୋରି
ଆପଣାର ଲାଗେ ସେହି।
ସଂସାର ମଧ୍ୟରେ ଘର କରିଥିଲେ
ବିପଦ ପଡ଼ିଲେ ସହି
ସୁଖ ସାଥେ ଦୁଃଖ ଅଛି
ଭୁଲି ନ ଯିବା କେହି ।
ପରସ୍ପର ମଧ୍ୟରେ ନିବିଡ଼ ସମ୍ପର୍କ
ବାନ୍ଧି ହୋଇଯାଏ ଯେବେ
ନିଜ ଠୁ ତାକୁ ବେଶୀ ଭଲ ଲାଗେ
ଭୁଲି ନ ହୁଏ କେବେ ।
ସମ୍ପର୍କ ଏକ ନୁହେଁ ସୂତା ଖଣ୍ଡା
ସହଜରେ ଛିଡି ଯିବ
ଭାବର ବନ୍ଧନେ ବାନ୍ଧି ହୋଇଥିଲେ
ଯୁଗ ଯୁଗାନ୍ତ ର ଥିବ।
ପରସ୍ପର ମଧ୍ୟରେ ଏକତା ରଖି
ଚାଲିବା ସଂସାରେ ବାଟ
ଯେତେ ବିପଦ ଆସିଲେ ମଧ୍ୟ
କରି ନ ପାରିବ ଗ୍ରାସ,,,
ଭାଗ୍ୟବନ୍ତ ମହାଲିଙ୍ଗ
କପିଲ୍ ବାହା ଲ,,, ରେଙ୍ଗାଲି,,,
ଲୋଇସିଂହା,,,ବଲାଙ୍ଗୀର,,,
ମୋ,,,8917248391
No comments:
Post a Comment