""""""" """ " ସମ୍ପର୍କ""""""
ରାଗ.....ରାମକେରୀ
ସମ୍ପର୍କର ସ୍ନେହରଜ୍ଜୁର , ବନ୍ଧା ସାରା ସଂସାର
ବିଶ୍ବମାତା ମାତୃ ସେନେହେ ,ପାଳେ ଏ ଚରାଚର (1)
ରବି ନିଜ ମାଧାକର୍ଷଣେ ,ସେହେ୍ନ ଗ୍ରହନିବରେ
ବାନ୍ଧି ଚାରିପାଶେ ଘୂରାନ୍ତି, ଏହା ତ ମିଥ୍ୟା ନୁହେଁ(2)
ଲୌକିକ ସମ୍ପର୍କ ରକତ, ତଥା ଭାବ ଭେଦରେ
ମୁଖ୍ୟତଃ ଦ୍ବୁଭାଗେ ବିଭକ୍ତ ,ଏହା ଅଜଣା କାରେ(3)
ପିତାମିତା ନିଜ ବାତ୍ସଲ୍ୟ- ,ସମ୍ପର୍କରେ ସନ୍ତାନେ
ବଢାଇଥାନ୍ତି,ଜୀବନ୍ତ ଦେବ- ,ଦେବୀ ସେମାନେ(4)
"ମାତୃଦେବୋ ଭବ"କହଇ ,ବେଦ ସର୍ବ ପ୍ରଥମ
"ପରେ ପିତୃଦେବୋ ଭବ" ,ଲେଖାଅଛି ବିଧାନେ(5)
ତୃତିୟ ଦେବତା ଅଟନ୍ତି ,ଗୁରୁ ଜ୍ଞାନ ପ୍ରବିଣ
ପୁତ୍ରପୁତ୍ରୀ ସମ ଶିଷ୍ୟଙ୍କୁ ,ଦେଇଥାନ୍ତି ସର୍ବଦା(6)
ପଦ୍ମର ସହିତ ସମ୍ପର୍କ ,ଅଛେଦ୍ୟ ସୂର୍ଯ୍ୟଙ୍କର
କୁମୁଦ ସ୍ବୁରିିତେ ଶଶାଙ୍କ ,ସେହ୍ନ କେତେ ମଧୁର(7)
ନଭେ ନଭଘନ ବିଲୋକି, କେକି କଳାପ ଟେକି
ନାଚଇ ଆହାକି ଆନନ୍ଦେ, ଏଠି ସମ୍ପର୍କ ସାକ୍ଷୀ(8)
ନୀରଦ ରୁ ନୀରଧାରଟି ,ଯେବେହୁଏ ପତିତ
ଚାତକ ଆହାକି ଆଗ୍ରହେ ,ପରେଥାଏ ପିଇତ(9)
ଏ ସାରା ଜଗତ ସତତ ,ବନ୍ଧା ସମ୍ପର୍କଡୋରେ
ସମ୍ପର୍କବିହିନ ମାନବ ,ପଶୁ ଉକ୍ତ ଶାସ୍ତ୍ର ରେ(10)
ଉତ୍ତମ ବ୍ୟକ୍ତିଙ୍କ ସମ୍ପର୍କ ,ବିଧାନେ ଥାଏ ହିତ
ଦସ୍ୟୁ ରନ୍ନାକାର ସୁସଙ୍ଗୁ ,ହେଲେ ଆଦି କବିତ(11)
ଦୁର୍ଜନ ସମ୍ପର୍କ ବ୍ୟକ୍ତିର ,ବ୍ୟକ୍ତିତ୍ବ କୁ ମଳିନ
କରଇ,କୌରବ ପାଇଁକି ,ଭୀଷ୍ମ ଗାଭୀହରଣ(12)
କରିଥିଲେ ପରା ପ୍ରମାଣ ,ଦିଏ ମହାଭାରତ
ଏଣୁ ଦୁର୍ଜନ ସମ୍ପର୍କକୁ ,କର ଦୂରୁ ବର୍ଜିତ (13)
ଯେଭଳି ସମ୍ପର୍କବଢାଇ ,ଥାଏ ରକତ ହିତ
ସେଭଳି ସମ୍ପର୍କ ସ୍ଥାପକ ,ପିଇଁ ଯତ୍ନଶୀଳତ(14)
ହୋଇବ ସରବେ,କରିବ- ,ନାହିଁ ଏହା ଅନ୍ୟଥା
ସୁସମ୍ପକେ ରାମ ରାଇଜ ,ଆସିବ,ନୁହେଁ ମିଥ୍ୟା?.
ଶ୍ରୀ ଦୂର୍ଗାପଣ ମସ୍ତୁ
ଦେବାଶିଷ ସାହୁ,
କଟକ,୮୧୪୪୫୩୧୪୭୦
No comments:
Post a Comment