:: ସମ୍ପର୍କ::
ତିନୋଟି ଅକ୍ଷର ସଙ୍ଗେ ଯୁକ୍ତାକ୍ଷର
ମିଶି ହୁଏ ଶବ୍ଦ ଏକ ,
କେବେ ହୁଏ ସୃଷ୍ଟି କେବେ ହୁଏ ଇତି
ନାମଟି ତାର ସମ୍ପର୍କ ।।୧।।
ଦେଖେ ନାହିଁ ଧର୍ମ ଦେଖେ ନାହିଁ ଜାତି
ସଭିଙ୍କୁ କରେ ନିଜର ,
ତାର ଭାବ ବଳେ ଏହି ମର୍ତ୍ତ୍ୟ ତଳେ
ବାନ୍ଧି ଦିଏ ତାର ଡୋର ।୨।
କେବେ ପୁଣି ସିଏ ବିଖଣ୍ଡିତ ହୁଏ
ସମ୍ପର୍କ ହୁଏ ବିଚ୍ଛେଦ ,
ଭାଙ୍ଗିଥିବା ନର ବୁଝେ ନାହିଁ ତାର
ସମ୍ପର୍କର ଭଲ ମନ୍ଦ ।।୩।
ଯୋଡେ ସିଏ ପ୍ରେମ ଯୋଡେ ପୁଣି ବନ୍ଧୁ
ଯୋଡ଼ିଥାଏ ପରିବାର ,
ଅବିଶ୍ବାସ ଧରି କିଛି ନର ନାରୀ
ସମ୍ପର୍କ କରନ୍ତି ପର ।।୪।।
ଭାରି ଭଲ ଲାଗେ ସମ୍ପର୍କର ଭାବ
ଯେବେ ହୋଇଥାଏ ଯୋଡ଼ି ,
ହୁଏ ମନ ଉଣା ଲାଗେ ଯେ ଯନ୍ତ୍ରଣା
ଯେବେ ଯାଏ ଏହା ଛିଡ଼ି ।୫।
....…..........................
ସରୋଜ କୁମାର ଜେନା
ବାଲିଝରୀ,ନରସିଂହପୁର,କଟକ
No comments:
Post a Comment