:: ମୋ ଜନ୍ମଭୂମି ::
**********
ଚିର ବନ୍ଦନୀୟା ମୋ ଭାରତବର୍ଷ
ଶ୍ରେଷ୍ଠ ତାର ସମ୍ବିଧାନ
ସତ୍ୟ ଓ ଅହିଂସା ମୂଳମନ୍ତ୍ର ଯାର
ଜ୍ଞାନ ବିଜ୍ଞାନରେ ପୂର୍ଣ୍ଣ ll
ଶାନ୍ତି ମୈତ୍ରୀ ପ୍ରଗତିର ଏଇ ଦେଶ
ନାରୀ ପାଏ ସୁସମ୍ମାନ
ଦେବଭୂମି ପୁଣ୍ୟଭୂମି ମୋ ଜନନୀ
ତା ମାଟି ମୋର ଚନ୍ଦନ ll
ସବୁଜିମା ଭରା ନିଘଞ୍ଚ ବନାନୀ
ସାଥେ ବନପକ୍ଷୀ ସ୍ଵନ
ଯା କଳା ସଂସ୍କୃତି ବିଶ୍ୱେ ଅଦ୍ଵିତୀୟ
କିଣଇ ଭାବୁକ ମନ ll
ରତନ ଗରଭା ଚେତନ ଗରଭା
ଧର୍ମ ଦର୍ଶନ ମହାନ
ଗାନ୍ଧୀ ଗୋପବନ୍ଧୁ ଯେ ଦେଶେ ଜନମି
ରଖି ଅଛନ୍ତି ସୁନାମ ll
ଆଲେକଜାଣ୍ଡାର ପରି ଯୋଦ୍ଧା ଏ ମାଟିରେ
ମହାଦୀକ୍ଷା ପାଇଅଛି
ମର୍ତ୍ତ୍ୟବଇକୁଣ୍ଠ ମୋ ଜନ୍ମଭୂମିକୁ
କୋଟି ପ୍ରଣାମ କରୁଛି ll
ନବୀନ କୁମାର ପଧାନ
ବଲାଙ୍ଗୀର
No comments:
Post a Comment