ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ପ୍ରିୟଦର୍ଶନୀ ମହାପାତ୍ର , ନୟାଗଡ଼

:: ମୋ ଜନ୍ମଭୂମି ::
ସବୁଠୁ ସୁନ୍ଦର ଅତି ମନୋହର 
ଏଇ ମୋର ମାଟି ମା 
ଭିନ୍ନ ଏକ ରୂପ ଭିନ୍ନ ଏକ ଯଶ
ନୟାଗଡ଼େ ଓଡ଼ଗାଁ ।

ସୁନ୍ଦର ତା ପାଣିପବନ 
ଶସ୍ଯ ଶ୍ୟାମଳା ଭୂମି 
ପ୍ରଭୁ ରଘୁନାଥ ବିରାଜ କରିଲେ 
ଏ ମାଟିରେ ପୁଣି ।

ପ୍ରଭୁ ରଘୁନାଥ ଅନୁଜ ଲକ୍ଷ୍ମଣ 
ସଙ୍ଗରେ ସୀତା ମାତା 
ମୋ ଗ୍ରାମ ମନ୍ଦିରେ ପୂଜା ପାଉଛନ୍ତି 
ଅଟନ୍ତି ଯେ ସୁଶୋଭିତା ।

କେତେ ସ୍ୱାଧୀନତା ସଂଗ୍ରାମୀ ଗଣ 
ଏ ମାଟିରେ ଜନ୍ମିଥିଲେ 
ଉପେନ୍ଦ୍ରଭଞ୍ଜ ଯେ ସାଧନା କରିଣ 
କାଳଜୟୀ ହୋଇଗଲେ ।

ମୋ ଜନ୍ମଭୂମିର ଭିନ୍ନ କଳେବର 
ଲେଖିବାକୁ ନାହିଁ ଭାଷା 
ଯଦି ମୁଁ ପାରିବି କିଞ୍ଚିତ ହେଲେ ବି
ପୂରଣ କରିବି ଆଶା ।

ଶିକ୍ଷା ସଂସ୍କୃତିରେ ସବୁଠୁ ଆଗୁଆ 
ଏଇ ମୋର ମାଟି ମାଆ 
ଭୁଲିନାହିଁ କେବେ ନ ଭୁଲିବି ମନୁ 
ତାହାର କୋମଳ ଛୁଆଁ ।
--------///--------

ପ୍ରିୟଦର୍ଶନୀ ମହାପାତ୍ର 
ଶିକ୍ଷୟିତ୍ରୀ 
ନୟାଗଡ଼

No comments: