ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଭୀଷ୍ମଦେବ ମେହେର , ବରଗଡ଼

         :: ବୃକ୍ଷ ମୋର ବନ୍ଧୁ::

       ବୃକ୍ଷ  ମୋ  ଜୀବନ  ଧନ,       

    ବୃକ୍ଷ ବିନା କେହି  ରହିପାରିବାନି   

   ରଖିବା ତାହାରି  ମାନ    |     

     ଚେର  ଛାଲି  ମୂଲ    ପତ୍ର କାଣ୍ଡ ଫଲ  

ଅଟଇ  ତାହାର  ଦାନ,             

        ପ୍ରଭୁଙ୍କ  ପାଖରେ   ଲାଗୁଥାଉ ଫୁଲ   କେଡେ ପୁଣ୍ଯ  ତା ଜୀବନ  |      

   ଅମ୍ଲଜାନ  କେତେ   ଦେଉ ପରା ତୁହି   

 ବନ୍ଚାଇ  ଅଛୁ  ଜୀବନ,          

        ବୃକ୍ଷ  ମୋର ବନ୍ଧୁ   ଦେଉଥିବୁ  ସଦା   ଯୁଗେ ଯୁଗେ ତୁ ପବନ    |       

     ଏହି ବୃକ୍ଷ ତଲେ      ଅତିତ କାଲରେ ଗୁରୁ  ଦେଉଥିଲେ  ଗି୍ଆନ,       

     ବନ୍ଚାଇ ରଖିବି      ତୋହରି ଜୀବନ  କରୁଥିବି  ମୁହିଁ  ଧ୍ଯାନ   |              

  ଅଶୋକ ବନରେ ସୀତା ଯେ ଥାଇଣ     ରୋଗ    ଉପଶମ  ହେଲେ ,     

     ମଣିଷର ଖାଦ୍ଯ  କେତେ ଯେ ଔଷଧ   ରଖିଛୁ   ତୋହରି କୋଲେ     |   

      ହନୁମାନ ଯାଇ     ପର୍ବତକୁ ଆଣି    ଲକ୍ଷ୍ମଣକୁ   ବନ୍ଚାଇଲା,        

        ଗିରି ଗୋବର୍ଦ୍ଧନ  ଟେକି ଥିଲ ବୋଲି  ଗୋପପୁର  ରକ୍ଷା  ହେଲା   |       

  ତ୍ରେତୟା ଯୁଗରେ   ରାମ ଅବତାରେ  ଅରଣ୍ଯେ କଲ  ବିହାର,           

      କଷା ପିତା କେନ୍ଦୁ   ମହୁଲ ଯେ ଚାର  ବୃକ୍ଷର  କଲ  ଆହାର   |         

     କୃଷ୍ଣ ଅବତାରେ   ବାଲୁତ କାଲରେ  ବାନ୍ଧି ଥିଲେ  ତରୁତଲେ,       

       ସେହି ବୃକ୍ଷ କୁ ଯେ  ନାବ କରି ତୁମେ  ବାହିଲ ଯମୁନା ଜଲେ    |     

        କଲି ଯୁଗରେ ଯେ   ସମୁଦ୍ର କୁଲରେ   ଦାରୁ ହୋଇ ଭାସୁଥିଲା,         

       ସେହି ବୃକ୍ଷରୁ ଯେ   ତିନି ଦିଅଁ କଂର     ମୁରତି ତିଆରି  ହେଲା    |          

    ଗଛ ଠାରୁ ମନଜି୍,  ମନଜି୍ ଠାରୁଗଛ ଜାଣିତ  ପାରିଲି   ନାହିଁ,           

     କି ଗୁଣ ଗାଇବି   ଜାଣି ପାରୁ ନାହିଁ  

 ଯୁଗେ ଯୁଗେ ରୁଣ ବୋହି   |         


ଭୀଷ୍ମଦେବ ମେହେର  ଗ୍ରାମ-ଖଇରପାଲି  ଜିଲ୍ଲା-ବରଗଡ  ମୋ-9178416579  

   ମୋ-9178416579

No comments: