ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଦିନବନ୍ଧୁ ବେଜ ,ମାଲକାନଗିରି

     ::  ମୋ ଜନ୍ମଭୂମି ::
    +++++++++++

ଜନମ ଭୁଇଁ ଜନମ ଭୂଇଁ
ମୋ ପ୍ରାଣ ପିଣ୍ଡର
ବସି ରହିଛୁ ତୁହି ।
ତୋ'ବିନା ମୋ ଚିନ୍ତନ କାହିଁ  ।
ଜନମ ଭୁଇଁ ଜନମ ଭୂଇଁ
ତୋ ପାଣି ପବନେ
ଗଢ଼ା ହୋଇଛି ମୁହିଁ
ଯେ ବିନା ମୋ ଗତିବି ନାହିଁ ।
ଜନମ ଭୂଇଁ ଜନମ ଭୁଇଁ
ତୋ ମାଟିରୁ ସୃଷ୍ଟ
ଫଳ ଫସଲ ଖାଇ
ପିଣ୍ଡରେ ପରାଣ ଧରିଛି ମୁହିଁ ।
ଜନମଭୂଇଁ ଜନମ ଭୁଇଁ
ତୋ ଛାତି ଉପରେ
ଖେଳକୁଦ କରି
ଅଧିଜେତା ଟିଏ ହୋଇଛି ମୁହିଁ ।
ଜନମ ଭୁଇଁ ଜନମ ଭୁଇଁ
ମେ ନାଡିରେ ରକ୍ତ
ସଦା ପ୍ରବାହିତ
ଲୁଣ ଖାଇଛି ଗୁଣ ଗାଇବି ମୁହିଁ ।
***********************
                 ଦିନବନ୍ଧୁ ବେଜ
                  ମାଲକାନଗିରି
             ସେଲ:୭୬୮୩୯୨୦୨୨୧

No comments: