:: ମୋ ଜନ୍ମଭୂମି ::
ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ
କିଏ ବୁଝୁ ବା ନବୁଝୁ
ମୁଁ ନିଜେ ବୁଝେ ଏ ଉକ୍ତିର ତାତ୍ପର୍ଯ୍ୟ
ଏ ମୋର ଜନ୍ମଭୂମୀ ଭାରତବର୍ଷ
ମଥାରେ ହିମାଳୟର ମୁକୁଟ ପିନ୍ଧି
କାଶ୍ମୀରଠୁ ଲମ୍ବିଯାଇଛି କନ୍ୟାକୁମାରୀ ଯାଏ
ଏଠି ଜନ୍ମଭୂମୀର ପଦଧୌତ କରେ ଗଙ୍ଗା
ସାରାବିଶ୍ୱରେ ଏ ଜନ୍ମଭୂମୀର
ଗୀତି ଗାନ କରେ ତ୍ରିରଙ୍ଗା
ହିନ୍ଦୁ,ମୁସଲିମ୍,ଜୈନ,ଶିଖ୍
ସବୁ ଏଠି ଭାତୃତ୍ୱର ବନ୍ଧନରେ ବନ୍ଧା
କଳାଭାସ୍କର୍ଯ୍ୟରେ ଭରପୁର ମୋ ଜନ୍ମଭୂମୀ
ଦେବସଂସ୍କୃତିର ପୀଠ ବି ମୋ ଜନ୍ମଭୂମୀ
ମୋ ଜନ୍ମଭୂମୀର ମାଟି ପାଣି ପବନ ସବୁକିଛି ପବିତ୍ର
ବଡଦାଣ୍ଡରେ ବଡଦେଉଳରେ ବସି ବଡବଡ ଆଖିରେ ବିଶାଳବିଶ୍ୱକୁ ଦେଖନ୍ତି ବଡଠାକୁର
ମୋ କାଳିଆସାଆନ୍ତ
ଏ ମାଟିର ଯାଦୁଗରୀ ସ୍ପର୍ଶରେ
ଚଣ୍ଡାଶୋକ ହୁଏ ଧର୍ମାଶୋକ
ଏ ମାଟି ବୀରର ମାଟି
ଏମିତି ପବିତ୍ର ଭୂମୀ ମୋର ଜନ୍ମଭୂମୀ
ତାର ପଞ୍ଚଭୂତରୁ ସୃଷ୍ଟି ହେଇ
ବିଶ୍ୱ ଦରବାରରେ ତାର ମଥା ଉଚ୍ଚା କରି
ତାର ଗୁଣ ଗାଇ ଗାଇ
ଦରକାର ପଡିଲେ ମୋ ଜନ୍ମଭୂମୀର
ମାନ ରକ୍ଷା ପାଇଁ
ଏ ଜୀବନକୁ ତୁଚ୍ଛ ମଣି
ତ୍ୟାଗ ଓ ବଳିଦାନର ପ୍ରତିମୂର୍ତ୍ତିଟିଏ ହେଇ
ପୁଣି ତାରି ପଞ୍ଚଭୂତରେ ଲୀନ ହେବାର
ଅପେକ୍ଷାରେ ମୁଁ
ସୌଭାଗ୍ୟବତୀ ଗିରି
କେନ୍ଦ୍ରାପଡା
No comments:
Post a Comment